ଖଣି ଦୁର୍ଘଟଣାର ୧୪ ଶ୍ରମିକ ମୃତ

ନୂଆଦିଲ୍ଲୀ,୧୮/୯: ଚଳିତମାସ ପ୍ରଥମ ସପ୍ତାହରେ ଚୀନ ହେବେଇସ୍ଥିତ ଏକ ଲୁହା ଖଣିରେ ପାଣି ଭରି ଯାଇଥିଲା । ଫଳରେ ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ନିଖୋଜ ଅଛନ୍ତି । ଖଣିରେ ଚଳା ଯାଇଥିବା ଉଦ୍ଧାର କାର୍ଯ୍ୟ ସମାପ୍ତ ହୋଇଥିବା ଆନୁଷ୍ଠାନିକ ଘୋଷଣା କରାଯାଇଛି । ତାଙ୍ଗସାନ ସହର ପ୍ରଶାସନ ଏ ନେଇ ଏକ ବୟାନ ମଧ୍ୟ ଜାରି କରିଛନ୍ତି । ଏଥିରେ ଖଣିରେ ପାଣି ଭରିବାର ତଦନ୍ତ କରାଯାଉଥିବା କୁହାଯାଇଛି । ଚୀନ୍‌ରେ ଖଣି ଦୁର୍ଘଟଣା ନୂଆ ନୁହେଁ । ଗତ ଫେବୃଆରୀ ମାସରେ ଦକ୍ଷିଣ-ପଶ୍ଚିମ ଚୀନର ଏକ କୋଇଲା ଖଣି ଭୁଶୁଡି ପଡିଥିଲା । ଫଳରେ ଖଣିରେ କାମ କରୁଥିବା ୧୪ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିଲା । ଗୁଇ ଝୋଉ ପ୍ରାନ୍ତରେ ହୋଇଥିବା ଏହି ଖଣି ଦୁର୍ଘଟଣାରେ ଉଦ୍ଧାର ଓ ସନ୍ଧାନ କାର୍ଯ୍ୟ ଜଟିଳ ଥିଲା । ଯେଉଁ ସ୍ଥାନରେ ଖଣିର ଛାତ ଭୂଷୁଡିଥିଲା ତାହା ଖଣି ଦ୍ୱାରରୁ ୩ କିଲୋମିଟର ଭିତରେ ଥିଲା ।

Comments (0)
Add Comment