ଜାରିହେଲା ନୂଆ ଗାଇଡଲାଇନ :
ବିମାନ ଯାତ୍ରା ବେଳେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ: ବୁଧବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ବିମାନ ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ ଜାରି କରିଛି । ମନ୍ତ୍ରଣାଳୟ ଜାରି କରିଥିବା ଗାଇଡଲାଇନ ଅନୁସାରେ,ଏବେ ଘରୋଇ ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ । ମାସ୍କ ନପିନ୍ଧିଲେ ବି କୌଣସି ପ୍ରକାର ଜରିମାନା ଆଦାୟ କରାଯିବ ନାହିଁ । କିନ୍ତୁ ଅନ୍ତରାଷ୍ଟ୍ରୀୟ ବିମାନ ଯାତ୍ରା ପାଇଁ ମାସ୍କ ବାଧ୍ୟତାମୂଳକ ରହିବ । ମନ୍ତ୍ରାଳୟ ବୁଧବାର କହିଛି, ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ନୁହେଁ, କିନ୍ତୁ କରୋନା ଭାଇରସ ମାମଲା ହ୍ରାସ ପରେ ବି ମାସ୍କ ପିନ୍ଧିବା ଦରକାର । କରୋନାକୁ ନଜରରେ ରଖି ବିମାନ ଯାତ୍ରା ସମୟରେ ମାସ୍କକୁ ବାଧ୍ୟତାମୂଳକ କରିଥିଲେ ସରକାର । ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୫୦୧ ନୂଆ ମାମଲା ସାମନାକୁ ଆସିଛି । ବର୍ତ୍ତମାନ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୬୬,୬୭୬ରେ ପହଞ୍ଚିଛି । ସକ୍ରିୟ ରୋଗୀଙ୍କ ସଂଖ୍ୟା ୭,୯୧୮ରୁ ହ୍ରାସ ହୋଇ ୭,୫୬୧ ହୋଇଛି । ଗତ ୨୪ ଘଣ୍ଟାରେ ଦୁଇ ରୋଗୀଙ୍କ ମୃତ୍ୟୁ ହୋଇଛି । ଏହାସହ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୩୦,୩୫୩ ହୋଇଛି ।

Comments (0)
Add Comment