ଦିଲ୍ଲୀ ଉପ-ରାଜ୍ୟପାଳ ଅନୀଲ ବୈଜଲଙ୍କ ଇସ୍ତଫା

ନୂଆଦିଲ୍ଲୀ : ଦିଲ୍ଲୀର ଉପ-ରାଜ୍ୟପାଳ ଅନୀଲ ବୈଜଲ ଆଜି ହଠାତ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଛନ୍ତି । ୨୦୧୬ ଡିସେମ୍ବର ମାସରେ ଦିଲ୍ଲୀର ଉପ-ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ବୈଜଲ । ସେ ୨୦୨୧ ଡିସେମ୍ବର ମାସରେ ନିଜର କାର୍ଯ୍ୟକାଳର ୫ ବର୍ଷ ପୂରଣ କରିଥିଲେ । ତେବେ ଉପ-ରାଜ୍ୟପାଳଙ୍କ କୌଣସି ନିର୍ଦ୍ଦିଷ୍ଟ ସମୟସୀମା ନଥିବାରୁ ସେ ଏ ପର୍ଯ୍ୟନ୍ତ ସେହି ପଦବୀରେ କାର୍ଯ୍ୟ କରିଆସୁଥିଲେ । ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହ ସେ ମୁହାଁମୁହିଁ ହୋଇ ଚର୍ଚ୍ଚାରେ ରହିଥିଲେ । ୧୯୬୯ ବ୍ୟାଚ ୟୁନିଅନ ଟେରିଟରି କ୍ୟାଡରର ଆଇଏଏସ ଅଧିକାରୀ ବୈଜଲ ପୂର୍ବରୁ କେନ୍ଦ୍ର ଗୃହ ସଚିବ ସମେତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ କାର୍ଯ୍ୟ କରିଛନ୍ତି ।

Comments (0)
Add Comment