ଦୁର୍ଘଟଣାରେ ୧୭ ମୃତ,୪୫ ଆହତ

ନୂଆଦିଲ୍ଲୀ : ଆଜି ବଡ଼ ଧରଣର ପୃଥକ ସଡ଼କ ଦୁର୍ଘଟଣାରେ ୧୭ ଜଣ ପ୍ରାଣ ହରାଇଛନ୍ତି । ୩୫ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି । ଲକ୍ଷେ୍ନø ଇଟୌଜାରେ ଟ୍ରାକ୍ଟରକୁ ଏକ ଦ୍ରୁତଗାମୀ ଟ୍ରକ୍‌ ଧକ୍କା ଦେବାରୁ ୧୦ଜଣଙ୍କ ମୃତ୍ୟୁ ଘଟିଛି । ୩୫ ଜଣ ଗୁରୁତର ହୋଇଛନ୍ତି । ସୂଚନା ମୁତାବକ, ସ୍ଥାନୀୟ ପୋଲିସ ଓ ଏସଡିଆରଏଫ୍‌ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ତୁରନ୍ତ ବିଭିନ୍ନ ହସ୍ପିଟାଲକୁ ପଠାଇଛନ୍ତି । ସେମାନଙ୍କ ମଧ୍ୟରୁ କିଛିଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି । ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ପୋଲିସର କହିବା ଅନୁସାରେ, ପ୍ରାଣ ହରାଇଥିବା ସମସ୍ତ ବ୍ୟକ୍ତି ଇଟୌଜା ଅଞ୍ଚଳ ଅନ୍ତର୍ଗତ ଟିକୌଲି ଗାଁର । ଏମାନେ ସମସ୍ତେ ଟ୍ରାକ୍ଟର ଟ୍ରଲିରେ ବସି ଉନାଇ ଗାଁରେ ଥିବା ଏକ ପ୍ରାଚୀନ ମନ୍ଦିରକୁ ପୂଜାର୍ଚ୍ଚନା କରିବାକୁ ଯାଉଥିଲେ । ହେଲେ ବାଟରେ ଜଗିଥିଲା ମୃତ୍ୟୁ । ଟ୍ରାକ୍ଟର ଧକ୍କାରେ ସେମାନେ ବସିଥିବା ଟ୍ରାକ୍ଟର ରାସ୍ତା କଡର ଏକ ଗଭୀର ପୋଖରୀ ଭିତରକୁ ପଲଟିଯାଇଥିଲା । ଫଳରେ ପାଣିରେ ବୁଡି ୧୦ଜଣ ପ୍ରାଣ କରାଇଥିବାବେଳେ ଅନେକ ଆହତ ହୋଇଛନ୍ତି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ଲକ୍ଷ ଲେଖାଏଁ ଟଙ୍କା ସହାୟତା ଘୋଷଣା କରିଛନ୍ତି । ସେହିପରି,ରବିବାର ରାତିରେ ହିମାଚଳ ପ୍ରଦେଶର କୁଲ୍ଲୁସ୍ଥିତ ଜାଲୋଦି ଘାଟି ନିକଟରେ ଗୋଟାଏ ଟେମ୍ପୋ ଟ୍ରାଭେଲ୍‌ର ଗାଡି ଖାଇରେ ପଡିଯିବାରୁ ୭ଜଣଙ୍କର ମୃତ୍ୟୁ ଘଟିଛି । ୧୦ଜଣ ଆହତ ହୋଇଥିବା କଥା ପୁଲିସ କହିଛି । ରବିବାର ରାତି ପ୍ରାୟ ୮.୩୦ରେ କୁଲ୍ଲୁ ଜିଲ୍ଲାର ବଞ୍ଜର୍‌ ସବ୍‌ଡିଭିଜନ୍‌ସ୍ଥିତ ଜଲୋଦି ଘାଟି ନିକଟରେ ଥିବା ଗଭୀର ଖାଇ ଘିୟାଗି ଭିତରକୁ ଗାଡିଟି ଖସିପଡିଥିଲା । ଦୁର୍ଘଟଣା ଯୋଗୁଁ ଗାଡିରେ ଥିବା ୧୭ଜଣ ଯାତ୍ରୀଙ୍କ ମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାକି ୧୦ଜଣ ଆହତ ହୋଇଛନ୍ତି । ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେବା ପରେ,ପୁଲିସ ଓ ସ୍ଥାନୀୟ ଜନସାଧାରଣ ଘଟଣାସ୍ଥଳରେ ରାତି ୧.୩୯ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଚଳାଇଥିଲେ । ସମସ୍ତ ଆହତ ଯାତ୍ରୀମାନଙ୍କୁ କୁଲ୍ଲୁ ଡାକ୍ତରଖାନାକୁ ନିଆଯାଇଛି ।

Comments (0)
Add Comment