ନୂଆଦିଲ୍ଲୀ: ଆଜି ସକାଳେ ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ ଏକସ୍ପ୍ରେସ୍ରେ ୨ଟି ଘରୋଇ ଡବଲ୍-ଡେକର୍ ବସ୍ ପରସ୍ପର ସହିତ ଧକ୍କା ଖାଇବାରୁ ଅନୁୂନ ୮ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଆଉ କେତେଜଣ ଆହତ ହୋଇଛନ୍ତି । ଲୋନି କତ୍ରା ଥାନା ଅଞ୍ଚଳର ନାରାୟଣପୁର ଗ୍ରାମ ନିକଟରେ ଉପରୋକ୍ତ ବସ୍ ଦୁର୍ଘଟଣା ଘଟିଛି । ଦୁଇଟିଯାକ ବସ୍ ବିହାରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଆଗରେ ଯାଉଥିବା ବସ୍ଟି ହଠାତ୍ ଅଟକି ଯିବାରୁ,ପଛରେ ଅତି ଦ୍ରୁତ ଗତିରେ ଆସୁଥିବା ବସ୍ଟି ତା’ ସହିତ ଧକ୍କା ଖାଇଥିଲା । ଚିକିତ୍ସା ନିମନ୍ତେ ଆହତମାନଙ୍କୁ ଲକ୍ଷେ୍ନøର ଟ୍ରମା ସେଣ୍ଟର୍କୁ ନିଆଯାଇଛି । ଖବର ପାଇବା କ୍ଷଣି ବାରାବଙ୍କୀ ପୁଲିସ ପ୍ରଶାସନ ଦୁର୍ଘଟଣାସ୍ଥଳକୁ ଧାଇଁ ଯାଇଥିଲେ । ଘଟଣାସ୍ଥଳରେ ଶୀର୍ଷସ୍ତରୀୟ ସରକାରୀ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।