ମଧ୍ୟାହ୍ନ ଭୋଜନର ସାମାଜିକ ଅଡିଟ ପାଇଁ ରାଜ୍ୟମାନଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ନଭେମ୍ବର ୩୦ ସୁଦ୍ଧା ପ୍ରତ୍ୟେକ ଜିଲ୍ଲାରେ ମଧ୍ୟାହ୍ନ ଭୋଜନ ଯୋଜନାର ଏକ ସାମାଜିକ ଅଡିଟ୍‌ କରିବାକୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ୨୦୧୩ ଅନୁଯାୟୀ, ସାମାଜିକ ଅଡିଟ୍‌ ବାଧ୍ୟତାମୂଳକ । ଅନେକ ରାଜ୍ୟ ଏକଥା କେନ୍ଦ୍ରକୁ କହିଛନ୍ତି ଯେ ଅତୀତରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ଅନେକ ମାମଲାରେ ଚୂଡ଼ାନ୍ତ ରିପୋର୍ଟ ଶିକ୍ଷା ମନ୍ତ୍ରଣାଳୟକୁ ଦାଖଲ କରାଯାଇ ନାହିଁ । ପାଣ୍ଠିର ଅନିୟମିତତା ଚିହ୍ନଟ କରିବାରେ ସାମାଜିକ ଅଡିଟ୍‌ ଗୁରୁତ୍ୱପୂର୍ଣ୍ଣ ଏବଂ ଏହି ଯୋଜନାରେ ସ୍ଥାନୀୟ ସମ୍ପ୍ରଦାୟରୁ ମତାମତ ପାଇବାକୁ ଅଧିକାରୀମାନଙ୍କୁ ସାହାଯ୍ୟ କରିଥାଏ । ମେଘାଳୟ ସରକାର ୨୦୧୯-୨୦ ପାଇଁ ଅଡିଟ୍‌ ରିପୋର୍ଟ ଦାଖଲ କରିନାହାଁନ୍ତି ଏବଂ ଆସାମର ୨୦୨୦-୨୧ ରିପୋର୍ଟକୁ ଅପେକ୍ଷା କରାଯାଇଛି । ନଅ ରାଜ୍ୟ ଏବଂ ଚାରିଟି ୟୁଟି ୨୦୨୧-୨୨ ପାଇଁ ସାମାଜିକ ଅଡିଟ୍‌ ମଧ୍ୟ ଆରମ୍ଭ କରିନାହାଁନ୍ତି । “ପିଏବି-ପିଏମ ପୋଷଣ ବୈଠକ ସମୟରେ ମଧ୍ୟ ରାଜ୍ୟ ଏବଂ ୟୁଟି ମାନଙ୍କୁ ୨୦୨୧-୨୨ ବର୍ଷ ପାଇଁ ସମସ୍ତ ଜିଲ୍ଲାକୁ ଅନ୍ତର୍ଭୁକ୍ତ କରୁଥିବା ସମସ୍ତ ବିଦ୍ୟାଳୟରେ ସାମାଜିକ ଅଡିଟ୍‌ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ଏବଂ ପ୍ରତିବର୍ଷ ସମସ୍ତ ଜିଲ୍ଲାରେ ଏହି ଯୋଜନାର ସାମାଜିକ ଅଡିଟ୍‌ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ୨୦୨୧-୨୨ ବର୍ଷ ପାଇଁ ଆପଣଙ୍କ ରାଜ୍ୟ /ୟୁଟିର ସମସ୍ତ ଜିଲ୍ଲାରେ ସାମାଜିକ ଅଡିଟ୍‌ କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବାକୁ ଅନୁରୋଧ କରାଯାଇଛି । ଏହାକୁ ୩୦ ନଭେମ୍ବର ସୁଦ୍ଧା ଏକ ବାଧ୍ୟତାମୂଳକ ଜନ ଶୁଣାଣି ସହିତ ଶେଷ କରିବାକୁ ଚୁହାଯାଇଛି । ୨୦୨୧-୨୨ ମସିହାରେ ଯେଉଁମାନେ ସାମାଜିକ ଅଡିଟ୍‌ କରିନାହାଁନ୍ତି,ସେମାନଙ୍କ ମଧ୍ୟରେ ଅରୁଣାଚଳ ପ୍ରଦେଶ,ବିହାର,ପଶ୍ଚିମବଙ୍ଗ,ଉତ୍ତରପ୍ରଦେଶ,ତେଲେଙ୍ଗାନା,ପଞ୍ଜାବ,ଓଡିଶା,ହରିୟାଣା ଏବଂ ଛତିଶଗଡ ଅନ୍ତର୍ଭୁକ୍ତ ।

Comments (0)
Add Comment