ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଲଣ୍ଡନ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଆସନ୍ତା ୧୯ ତାରିଖରେ ଶେଷକୃତ୍ୟ ହେବ । ସେଥିରେ ତାଙ୍କ ପରିବାର ସମେତ ରାଜନେତା ଏବଂ ବିଶ୍ୱ ନେତୃବୃନ୍ଦ ଯୋଗଦେବେ । ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନ ଗସ୍ତ କରିବେ । ରାଷ୍ଟ୍ରପତି ମୁର୍ମୁ ୧୭ ରୁ ୧୯ ସେପ୍ଟେମ୍ବର ଲଣ୍ଡନ ଗସ୍ତ କରି ଭାରତ ସରକାରଙ୍କ ତରଫରୁ ସମବେଦନା ଜଣାଇବେ । ରାଣୀଙ୍କ ଅନ୍ତିମ ସଂସ୍କାର ୱେଷ୍ଟମିନଷ୍ଟର ଆବେରେ ହେବ । ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଯୋଗଦେବେ । ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରନ୍‌ ଏବଂ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମଧ୍ୟ ଲଣ୍ଡନ ଗସ୍ତ କରିବେ । ବ୍ରିଟେନର ସ୍ୱର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ସନ୍ଧ୍ୟାରେ ସ୍କଟଲ୍ୟାଣ୍ଡରୁ ଆସି ଲଣ୍ଡନରେ ପହଞ୍ଚିଛି । ବିଭିନ୍ନ ବର୍ଗର ଲୋକଙ୍କ ଶେଷଦର୍ଶନ ପାଇଁ ୱେଷ୍ଟମିନିଷ୍ଟର ହଲରେ ରାଣୀଙ୍କ ମରଶରୀର ୪ ଦିନ ପାଇଁ ରହିବ । ଏହାପରେ ଲଣ୍ଡନରୁ ୱିଣ୍ଡସର କ୍ୟାସେଲକୁ ଏକ ଶୋଭାଯାତ୍ରାରେ ନିଆଯିବ ।

Comments (0)
Add Comment