ରେଲୱେ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର :
ଏଣିକି ଘରଠାରୁ ୩୦୦ କିମି ଦୂରତା ଭିତରେ ଦେଇହେବ ପରୀକ୍ଷା

ନୂଆଦିଲ୍ଲୀ: ରେଳବାଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଏଣିକି ଘରଠାରୁ ୩୦୦ କିଲୋମିଟର ଦୂରତା ଭିତରେ ସେମାନେ ଦେଇପାରିବେ ପରୀକ୍ଷା;ଫଳରେ ପ୍ରାର୍ଥୀଙ୍କ ସମୟ ଓ ଖର୍ଚ୍ଚ ବଞ୍ଚିଯିବ । ଭାରତୀୟ ରେଳ ବିଭାଗ ନେଇଛି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରେଳବାଇର ଜଣେ ବରିଷ୍ଠ ଅଧିକାରୀଙ୍କ ଅନୁଯାୟୀ, ପ୍ରତ୍ୟେକ ପ୍ରାର୍ଥୀଙ୍କ ଦ୍ୱାରା ଦିଆଯାଇଥିବା ପିନ୍‌ କୋଡ୍‌ ଠିକଣା ସହିତ ଗୁଗୁଲ୍‌ ମ୍ୟାପ୍‌ ମାଧ୍ୟମରେ ସେମାନଙ୍କ ଘରଠାରୁ ୩୦୦ କିଲୋମିଟର ଦୂରତା ମଧ୍ୟରେ ଥିବା ପରୀକ୍ଷା କେନ୍ଦ୍ର ରହିବ । ଏହା ସହିତ ବସ୍‌ ଏବଂ ଟ୍ରେନ୍‌ ଭଳି ବିଭିନ୍ନ ପ୍ରକାରର ପରିବହନ ମାଧ୍ୟମରେ ପରୀକ୍ଷା କେନ୍ଦ୍ରକୁ ଟ୍ରାଫିକ୍‌ ସୁବିଧା ରହିବା ଉପରେ ଗୁତୁତ୍ୱ ଦିଆଯିବ । ରେଳବାଇର ଏହି ନୂଆ ପ୍ରକ୍ରିୟା ଜୁଲାଇ ୩୦ରେ ହେବାକୁ ଥିବା ଲେବୁଲ୍‌ -୬ ଏବଂ କମ୍ପ୍ୟୁଟର ଆଧାରିତ ଲେବୁଲ୍‌-୪ ପରୀକ୍ଷଣରେ କାର୍ଯ୍ୟକାରୀ ହେବ । ଏହି ପରୀକ୍ଷାରେ ୭,୦୨୬ ପଦବି ପାଇଁ ୯୦ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ,ଯେଉଁଥିରେ ପ୍ରାୟ ୬୦ ହଜାର ପ୍ରାର୍ଥୀ ପରୀକ୍ଷା ଦେବେ । ରେଳବାଇ ଅନୁଯାୟୀ,ବର୍ତ୍ତମାନ ସୁଦ୍ଧା ଆମେ ୯୯ ପ୍ରତିଶତ ପ୍ରାର୍ଥୀଙ୍କୁ ୩୦୦ କିଲୋମିଟର ବ୍ୟାସାର୍ଦ୍ଧରେ ପରୀକ୍ଷା କେନ୍ଦ୍ର ଯୋଗାଇବାରେ ସକ୍ଷମ ହୋଇଥିବା ବେଳେ ଶତପ୍ରତିଶତ ମହିଳା ପ୍ରାର୍ଥୀ ୪୦୦ କିଲୋମିଟର ଦୂରତା ମଧ୍ୟରେ ପରୀକ୍ଷା କେନ୍ଦ୍ରରେ ସ୍ଥାନ ପାଇଛନ୍ତି । ଆରଆରବି ଦ୍ୱାରା ଅନ୍ତିମ ପର୍ଯ୍ୟାୟ ପରୀକ୍ଷା ପାଇଁ ପରୀକ୍ଷା କେନ୍ଦ୍ର ତାଲିକା ପ୍ରକାଶ ପାଇବା ପରେ ଅଧିକାଂଶ ପ୍ରାର୍ଥୀ ଟ୍ୱିଟରକୁ ଯାଇ ସେମାନଙ୍କୁ ଦିଆଯାଇଥିବା ପରୀକ୍ଷା କେନ୍ଦ୍ରଗୁଡ଼ିକ ବିଷୟରେ ଚିନ୍ତା ପ୍ରକଟ କରିଥିଲେ ।

Comments (0)
Add Comment