ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା

ନୂଆଦିଲ୍ଲୀ : ଏଣିକି ଶ୍ରମିକଙ୍କୁ ପ୍ରତି ମାସରେ ମିଳିବ ୫ ହଜାର ଟଙ୍କା । ପଞ୍ଜିକୃତ ଶ୍ରମିକଙ୍କୁ ମାସକୁ ୫ ହଜାର ଟଙ୍କା ଯୋଗାଇଦେବେ ସରକାର । ଏ ନେଇ ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ-ଏନସିଆରରେ ବଢୁଥିବା ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏଠାରେ ଗ୍ରୁପ ଅଫ୍‌ ଷ୍ଟେଜ୍‌-୩ ନିୟମ ଲାଗୁ କରାଯାଇଛି । ଏଥିପାଇଁ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଛି । ନିର୍ମାଣ କାମ ବନ୍ଦ ହେତୁ ହଜାର ହଜାର ଲୋକ ବେରୋଜଗାର ହୋଇଯାଇଛନ୍ତି । ଏହାକୁ ଦୃଷ୍ଟି ରଖି ଦିଲ୍ଳୀ ସରକାର ଅର୍ଥାତ୍‌ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ନିର୍ମାଣ ସ୍ଥଳରେ କାମ କରୁଥିବା ଶ୍ରମିକମାନଙ୍କୁ ପ୍ରତିମାସରେ ୫୦୦୦ଟଙ୍କା ଆର୍ଥିକ ସହାୟତା ରାଶି ଦୋବକୁ ଘୋଷଣା କରିଛନ୍ତି । ଅରବିନ୍ଦ କେଜ୍ରିୱାଲ ଏହି ପ୍ରସଙ୍ଗରେ ଶ୍ରମମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସେ ମନୀଷଙ୍କୁ କହିଛନ୍ତି ଯେ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବା ଯାଏଁ ଶ୍ରମିକମାନଙ୍କୁ ପ୍ରତି ମାସରେ ୫ ହଜାର ଟଙ୍କା ଦିଆଯିବା ଉଚିତ୍‌ । ଦିଲ୍ଲୀ-ଏନସିଆରରେ ବିଷାକ୍ତ ପାଲଟିଲାଣି ବାୟୁ । ଏଠାରେ ପ୍ରଦୂଷଣର ମାତ୍ରା ଅତ୍ୟନ୍ତ ଖରାପ ଶ୍ରେଣୀରେ ପହଞ୍ଚିଛି । ଏୟାର କ୍ୱାଲିଟି ଇଣ୍ଡେକ୍ସ ଲଗାତାର ଭାବରେ ବୃଦ୍ଧି ପାଉଛି ।

Comments (0)
Add Comment