ଦୁର୍ଘଟଣା ଘଟିବା ପୂର୍ବରୁ ସିଡିଏସ୍ ରାୱତ ଙ୍କ ହେଲିକପ୍ଟରର ଭିଡିଓ ଦେଖନ୍ତୁ

ନୂଆଦିଲ୍ଲୀ:

ବୁଧବାର ଦିନ ହେଲିକପ୍ଟର୍‌ ଦୁର୍ଘଟଣାରେ ‘ଚିଫ୍‌ ଅଫ୍‌ ଡିଫେନ୍‌ସ୍‌ ଷ୍ଟାଫ୍‌’ ବିପିନ ରାୱତ୍‌ ଏବଂ ଅନ୍ୟ ୧୨ଜଣଙ୍କର ମୃତ୍ୟୁ ଘଟିବା ପରେ ତାମିଲନାଡୁର ନୀଳଗିରି ନିକଟରେ ଉଡ଼ି ଉଡ଼ି ବଉଦ ଭିତରେ ହଜି ଯାଉଥିବା ଗୋଟାଏ ହେଲିକପ୍ଟର୍‌ର ଦୃଶ୍ୟ ଥିବା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଛି। ସ୍ଥାନୀୟ ବାସିନ୍ଦାଙ୍କ ଠାରୁ ସଂଗୃହୀତ ଉକ୍ତ ଭିଡିଓକୁ ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ଟୁଇଟ୍‌ କରିଛି।

ଭାରତୀୟ ବାୟୁସେନାର ‘ଏମ୍‌ଆଇ୧୭ଭି୫’ ହେଲିକପ୍ଟର୍‌ଟି ଗତ ଅପରାହ୍ଣରେ ଦୁର୍ଘଟଣାଗ୍ରସ୍ତ ହୋଇ ପାହାଡ଼ ଉପରେ ଖସିପଡ଼ିବାର କ୍ଷଣିକ ପୂର୍ବରୁ ଉକ୍ତ ଭିଡିଓ ଉତ୍ତୋଳନ କରାଯାଇଥିବା ପରି ମନେହେଉଛି। କିନ୍ତୁ, ଉକ୍ତ ଭିଡିଓ ସମ୍ବନ୍ଧରେ ବାୟୁସେନା କୌଣସି ମନ୍ତବ୍ୟ ଦେଇ ନାହିଁ। ଭିଡିଓରେ ଉତ୍ତୋଳିତ ଉକ୍ତ ହେଲିକପ୍ଟର୍‌ଟି ପର୍ବତମାଳା ଉପର ଦେଇ ଉଡ଼ିଯିବା ବେଳେ ତା’ର ଶବ୍ଦରେ ପରିବର୍ତ୍ତନ ହେଉଛି। ପ୍ରତ୍ୟକ୍ଷଦର୍ଶୀମାନେ ସେ ଆଡ଼କୁ ଚାହିଁବା ବେଳେ ଆଉ ହେଲିକପ୍ଟର୍‌ ଉଡ଼ିବାର ଶବ୍ଦ ଶୁଭୁ ନ ଥିଲା। ଜଣେ ପ୍ରତ୍ୟକ୍ଷଦର୍ଶୀ ପଚାରୁଛନ୍ତି: କ’ଣ ହେଲା? ପଡ଼ିଗଲା ନା ଧକ୍କା ଖାଇଲା? ଅନ୍ୟ ଜଣେ କହୁଛନ୍ତି: ହଁ।

cds bipin rawatcds rawatChief of Defence Staff (CDS) General Bipin RawatFinal moments of Mi-17 chopper carrying CDS Bipin Rawathelicopter accident casehelicoptor crashସିଡିଏସ୍ ରାୱତ
Comments (0)
Add Comment