ସୋନାଲି ହତ୍ୟା ମାମଲାର ତଦନ୍ତ କରିବ ସିବିଆଇ

ପାଣାଜୀ: ବିଜେପି ନେତ୍ରୀ ସୋନାଲି ଫୋଗଟ ମୃତ୍ୟୁ ମାମଲାର ହେବ ଖୁଲାସା । କାହିଁକି ଓ କେଉଁ ଉଦ୍ଦେଶ୍ୟରେ ତାଙ୍କୁ କରାଗଲା ହତ୍ୟା, ସେ ନେଇ ଖୋଲତାଡ କରିବ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବିଜେପି ନେତା ତଥା ଅଭିନେତ୍ରୀ ସୋନାଲିଙ୍କ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛନ୍ତି । ଗୋଆର ଏକ ରିସୋର୍ଟରେ ପାର୍ଟି ପରେ ସୋନାଲି ଫୋଗଟଙ୍କ ମୃତ୍ୟୁ ହୋଇଥିଲା । ଏହି ମାମଲାରେ ସୋନାଲିଙ୍କ ପରିବାର ଲଗାତର ଭାବେ ସିବିଆଇ ତଦନ୍ତ ଦାବି କରୁଥିଲେ । ସମ୍ପର୍କୀୟଙ୍କ ଦାବିକୁ ହରିୟାଣା ସରକାର ସମର୍ଥନ ମଧ୍ୟ କରିଥିଲେ । ଏବେ ଗୋଆ ମୁଖ୍ୟମନ୍ତ୍ରୀ ମଧ୍ୟ ପରିବାରର ଦାବିକୁ ମାନି ନେଇଛନ୍ତି ।

Comments (0)
Add Comment