୧୩ରେ ‘ଇଡି’ରେ ହାଜର ହେବେ ରାହୁଲ୍‌

ନୂଆଦିଲ୍ଲୀ,୩/୬: ନ୍ୟାସ୍‌ନାଲ୍‌ ହେରାଲଡ୍‌’ ମାମଲାରେ ଜୁନ୍‌ ୧୩ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀଙ୍କୁ ସାନି ସମନ୍‌ ଜାରି କରାଯାଇଛି । ପୂର୍ବରୁ ଏହି ମାମଲାରେ ଜୁନ୍‌ ୨ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବା ପାଇଁ ସମନ୍‌ ପଠାଯାଇଥିଲା । କିନ୍ତୁ, ବିଦେଶ ଗସ୍ତରେ ଥିବା ଦର୍ଶାଇ ସେ ହାଜର ହେବା ପାଇଁ ଅଧିକ ସମୟ ଲୋଡିଥିଲେ । ଉଲ୍ଲେଖଯୋଗ୍ୟ, ସୋନିଆ ଗାନ୍ଧୀ ଓ ରାହୁଲ୍‌ ଗାନ୍ଧୀ ଜମି ସହ କୋଟି କୋଟି ଟଙ୍କାର ଆୟ ବହିର୍ଭୁତ ପାଣ୍ଠି ଅକ୍ତିଆର କରିଛନ୍ତି ବୋଲି ‘ବିଜେପି’ ସାଂସଦ ସୁବ୍ରମଣ୍ୟନ୍‌ ସ୍ୱାମୀ ଦିଲ୍ଲୀ ଅଦାଲତରେ ମାମଲା ରୁଜୁ କରିବା ପରେ ନ୍ୟାସ୍‌ନାଲ୍‌ ହେରାଲଡ୍‌’ ମାମଲା ଲୋକଲୋଚନକୁ ଆସିଥିଲା । ‘ନ୍ୟାସ୍‌ନାଲ୍‌ ହେରାଲ୍‌ଡ୍‌’ ମାମଲାରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଜୁନ୍‌ ୮ ତାରିଖରେ ପ୍ରବର୍ତ୍ତନ ର୍ନିେଶାଳୟରେ ହାଜର ହେବାକୁ ସମନ୍‌ ଜାରି ହୋଇଥିଲା । କନ୍ତୁ, ସେ କୋଭିଡ୍‌ ପଜିଟିଭ୍‌ ବାହାରିବା ପରେ ଏବେ ଏକାନ୍ତବାସରେ ଅଛନ୍ତି ।

Comments (0)
Add Comment