୮ଟି ସରକାରୀ ସାର ପ୍ରସ୍ତୁତକାରୀ କମ୍ପାନୀର ହେବ ଘରୋଇକରଣ

ନୂଆଦିଲ୍ଲୀ : ଘରୋଇକରଣ କ୍ଷେତ୍ରରେ କେନ୍ଦ୍ର ସରକାର ଆଉ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏହି କ୍ରମରେ, ସରକାରଙ୍କ ଦ୍ୱାରା ପରିଚାଳିତ ୮ ଟି ସାର ଓ ରସାୟନିକ କମ୍ପାନୀର ଘରୋଇକରଣ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଖୁବଶୀଘ୍ର ଏହି କଂପାନୀଗୁଡ଼ିକୁ ଘରୋଇ କମ୍ପାନୀମାନଙ୍କ ହାତକୁ ଟେକି ଦିଆଯିବ । ତିନି ସପ୍ତାହ ତଳେ ବସିଥିବା ନୀତି ଆୟୋଗ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଏକ ଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ, ରାଷ୍ଟ୍ରୀୟ କେମିକାଲ ଫର୍ଟିଲାଇଜର (ଆରସିଏଫ୍‌),ନ୍ୟାସନାଲ ଫର୍ଟିଲାଇଜର ଲିମିଟେଡ (ଏନଏଫଏଲ) ଏବଂ ଫର୍ଟିଲାଇଜର ଆଣ କେମିକାଲ ତ୍ରାବଣକର ଲିମିଟେଡ (ଏଫଏସିଟି) ସମେତ ମୋଟ ୮ ଟି ସାର ଓ ରସାୟନିକ ଉତ୍ପାଦକାରୀ କମ୍ପାନୀଙ୍କୁ ଘରୋଇ କମ୍ପାନୀ ହାତକୁ ଦିଆଯିବ ।

Comments (0)
Add Comment