ନୂଆଦିଲ୍ଲୀ: କ୍ରିକେଟର ତଥା କଂଗ୍ରେସ ନବଜୋତ ସିଂହ ସିଦ୍ଧୁଙ୍କୁ ଏକ ବର୍ଷ ପାଇଁ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ସୁପ୍ରିମକୋର୍ଟ । ୩୪ ବର୍ଷ ପୁରୁଣା ଏକ ପାର୍କିଂକୁ ନେଇ ଦାଦାଗିରି ମାମଲାରେ ସିଦ୍ଧୁଙ୍କୁ ଏହି ଦଣ୍ଡ ଭୋଗିବାକୁ ପଡିଛି ।
୧୯୮୮ଡିସେମ୍ବର ୨୭ । ଏହି ଦିନ ସନ୍ଧ୍ୟାରେ ସିଦ୍ଧୁ ନିଜ ବନ୍ଧୁ ରୂପିନ୍ଦର ସିଂହ ସିଦ୍ଧୁଙ୍କ ସହ ପଟିଆଲାର ଶେରାବାଲେ ଗେଟ୍? ମାର୍କେଟ ପହଞ୍ଚିଥିଲେ । ଏହି ମାର୍କେଟ ତାଙ୍କ ଘରଠାରୁ ଦେଢ କିଲୋମିଟର ଦୂରରେ ଥିଲା । ସେହି ସମୟରେ ସିଦ୍ଧୁ କ୍ରିକେଟର୍ ଥିଲେ । ତାଙ୍କ ଆନ୍ତର୍ଜାତୀୟ କ୍ୟାରିୟର ମାତ୍ର ଏକ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା ।
ତେବେ ଏହି ମାର୍କେଟ୍ରେ କାର୍ ପାର୍କିଂକୁ ନେଇ ୬୫ ବର୍ଷୀୟ ଜଣେ ବୃଦ୍ଧଙ୍କ ସହ ସିଦ୍ଧୁଙ୍କ ବଚସା ହୋଇଥିଲା । ପରେ ହାତହାତି ଯାଏ କଥା ଯାଇଥିଲା । ବୃଦ୍ଧଙ୍କୁ ଆକ୍ରମଣ କରିଥିଲେ ସିଦ୍ଧୁ । ୬୫ ବର୍ଷର ବୃଦ୍ଧଙ୍କ ମୁଣ୍ଡକୁ ସିଦ୍ଧୁ ଆଘାତ କରିଥିବା ଅଭିଯୋଗ ହୋଇଥିଲା । ଏହାପରେ ସଂପୃକ୍ତ ବୃଦ୍ଧଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା ।
ତେବେ ହୃଦଘାତ ଯୋଗୁଁ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା କହିଥିଲେ ସିଦ୍ଧୁ । ଏପରିକି ହସ୍ପିଟାଲ ରିପୋର୍ଟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା । ଏହାପରେ ମୃତ୍ୟୁବରଣ କରିଥିବା ବୃଦ୍ଧଙ୍କ ପରିବାର ରିଭ୍ୟୁ ପିଟିସନ ଦାଖଲ କରିଥିଲେ । ଏହି ପିଟିସନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି ରାୟ ଦେଇଛନ୍ତି । କିଛି ବର୍ଷ ପୂର୍ବରୁ ଏହି ମାମଲାରେ ସିଦ୍ଧୁଙ୍କୁ ଆଶ୍ୱସ୍ଥିି ମିଳିଥିଲା ।