ନୂଆଦିଲ୍ଲୀ : ଏଣିକି ବସରେ ଆସିଲେ ମିଳିବ ଅଧିକ ଦରମା। ଆଜ୍ଞା ହଁ କଥାଟା କାନକୁ ଅଜବ ଲାଗିଲେ ମଧ୍ୟ ସତ। ପଶ୍ଚିମ ଏସୀୟ ସଙ୍କଟକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଇନ୍ଧନ ସଞ୍ଚୟ ଆହ୍ୱାନକୁ ସମାଧାନ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଗତ ମାସରେ ୯୦ ଦିନିଆ “ମୋ ଭାରତ, ମୋର ଅବଦାନ” ଇନ୍ଧନ ସଞ୍ଚୟ ଅଭିଯାନ ଆରମ୍ଭ କରିଥିଲେ, ଯାହା ସମସ୍ତ ଦିଲ୍ଲୀ ସରକାରୀ କର୍ମଚାରୀଙ୍କୁ ଦୁଇ ଦିନ ଘରୁ କାମ କରିବାକୁ ଏବଂ ସାର୍ବଜନୀନ ପରିବହନ ବ୍ୟବହାର କରିବାକୁ ବାଧ୍ୟତାମୂଳକ ବୋଲି ମଧ୍ୟ ଘୋଷଣା କରାଯାଇଥିଲା।
ଇନ୍ଧନ ସଙ୍କଟକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମେଟ୍ରୋ ଏବଂ ଡିଟିସି ବସରେ ଯାତ୍ରା କରୁଥିବା କର୍ମଚାରୀମାନେ ଏବେ ପ୍ରତି ମାସରେ ଏକ ଅତିରିକ୍ତ ପ୍ରୋତ୍ସାହନ (ଟଙ୍କା )ପାଇବେ।