ଗୁଜୁରାଟରେ ନିର୍ମାଣ ହେଲା ଦେଶର ପ୍ରଥମ ଷ୍ଟିଲ ରାସ୍ତା

ନୂଆଦିଲ୍ଲୀ: ପ୍ରତିବର୍ଷ ଦେଶର ବିଭିନ୍ନ ଇସ୍ପାତ କାରଖାନାରୁ ୧୯ ନିୟୁତ ଟନ୍‌ ଇସ୍ପାତ ବର୍ଜ୍ୟବସ୍ତୁ ଉତ୍ପନ୍ନ ହୁଏ । ପରିସ୍ଥିତି ଏପରି ଯେ ଇସ୍ପାତ କାରଖାନାରେ ଅଳିଆ ଆବର୍ଜନା ଗୁଡିକ ପାହାଡ ସୁଦୃଶ ରହୁଛି । କିନ୍ତୁ ବର୍ତ୍ତମାନ ଏହି ଇସ୍ପାତ ବର୍ଜ୍ୟବସ୍ତୁରୁ ରାସ୍ତା ତିଆରି ହେବ । ବହୁ ବର୍ଷର ଅନୁସନ୍ଧାନ ପରେ, କେନ୍ଦ୍ରୀୟ ସଡକ ଅନୁସନ୍ଧାନ ପ୍ରତିଷ୍ଠାନର ବୈଜ୍ଞାନିକମାନେ ଇସ୍ପାତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କରି ଗେଟି ତିଆରି କରିଛନ୍ତି । ଏହି ଗେଟି ଦ୍ୱାରା ଗୁଜୁରାଟରେ ୧ କିଲୋମିଟର ବିଶିଷ୍ଟ ୬ ଲେନ ବିଶିଷ୍ଟ ରାସ୍ତା ପ୍ରସ୍ତୁତ କରାଯାଇଛି । ବର୍ତ୍ତମାନ ଦେଶରେ ନିର୍ମାଣ ହେଉଥିବା ରାଜପଥଗୁଡିକ ମଧ୍ୟ ଏହି ଇସ୍ପାତ ବର୍ଜ୍ୟବସ୍ତୁରୁ ନିର୍ମିତ ହେବ ବୋଲି କୁହାଯାଉଛି ।


ଗୁଜୁରାଟର ହାଜିରା ବନ୍ଦରରେ ଏହି ଏକ କିଲୋମିଟର ଦୀର୍ଘ ରାସ୍ତା ପୂର୍ବରୁ ମାଲ ବୋଝେଇ ଟ୍ରକ ଯିବା ଆସିବା ଯୋଗୁଁ ଖରାପ ହୋଇଯାଇଥିଲା । କିନ୍ତୁ ଏକ ପରୀକ୍ଷଣରେ ଏହି ରାସ୍ତାଟି ସମ୍ପୁର୍ଣ୍ଣ ଭାବରେ ଇସ୍ପାତ ବର୍ଜ୍ୟବସ୍ତୁରୁ ନିର୍ମିତ ହୋଇଥିଲା । ବର୍ତ୍ତମାନ ୧୦୦୦ ରୁ ଅଧିକ ଟ୍ରକ୍‌ ପ୍ରତିଦିନ ୧୮ ରୁ ୩୦ ଟନ୍‌ ଓଜନ ବହନ କରି ଏହି ରାସ୍ତାରେ ଯାତାୟତ କରୁଛନ୍ତି । କିନ୍ତୁ ରାସ୍ତାଟି ପୂର୍ବଭଳି ଆଉ ଖରାପ ହେଉନାହିଁ । ଏହି ପରୀକ୍ଷଣ ପରେ ବର୍ତ୍ତମାନ ଦେଶର ରାଜପଥ ଏବଂ ଅନ୍ୟାନ୍ୟ ସଡ଼କ ଇସ୍ପାତରୁ ସୃଷ୍ଟି ହେଉଥିବା ବର୍ଜ୍ୟବସ୍ତୁରେ ନିର୍ମିତ ହେବ, କାରଣ ଏଥିରେ ନିର୍ମିତ ରାସ୍ତାଗୁଡ଼ିକ ବହୁତ ଶକ୍ତିଶାଳୀ ଏବଂ ଏହାର ମୂଲ୍ୟ ମଧ୍ୟ ପ୍ରାୟ ୩୦ ପ୍ରତିଶତ ହ୍ରାସ ପାଇଛି । ସିଆରଆରଆଇ ଅନୁଯାୟୀ, ଇସ୍ପାତ ବର୍ଜ୍ୟବସ୍ତୁରେ ନିର୍ମିତ ରାସ୍ତାର ଘନତା ମଧ୍ୟ ୩୦ ପ୍ରତିଶତ ହ୍ରାସ ପାଇଛି ।

Comments (0)
Add Comment