ନୂଆଦିଲ୍ଲୀ: କେରଳମ୍ ଛୁଇଁଲା ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ । ଏନେଇ ସୂଚନା ଦେଲା ଭାରତୀୟ ପାଣିପାଗ ବିଭାଗ । ଏଥର ବିଳମ୍ବରେ କେରଳମ୍ ଛୁଇଁଛି ମୌସୁମୀ ବାୟୁ । ମେ’୨୬ ମୌସୁମୀ କେରଳମ୍ ଛୁଇଁବା ନେଇ ଆକଳନ କରିଥିଲା IMD । ମୌସୁମୀ ବାୟୁ କେରଳମ୍ ଛୁଇଁବା ପରେ ଦେଶରେ ବହୁ ପ୍ରତୀକ୍ଷିତ ୪ ମାସିଆ ବର୍ଷା ଋତୁର ଆରମ୍ଭ ହୋଇଛି, ଯାହାକି ଭାରତର କୃଷିଭିତ୍ତିକ ଅର୍ଥନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ। ମୌସୁମୀର ଏହି ଆଗମନ ଦେଶର ବିଭିନ୍ନ ସ୍ଥାନରେ ଲାଗି ରହିଥିବା ପ୍ରବଳ ଗ୍ରୀଷ୍ମ ପ୍ରବାହ ଏବଂ ତାତିରୁ ଲୋକଙ୍କୁ ବହୁ ପ୍ରତୀକ୍ଷିତ ଆଶ୍ୱସ୍ତି ପ୍ରଦାନ କରିବ।