ବୁଧବାର କୋଭିଡ ସ୍ଥିତିର ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଗତ ଦୁଇ ସପ୍ତାହ ଧରି କରୋନାର ଦୈନିକ ସଂକ୍ରମଣରେ ଯେଭଳି ବୃଦ୍ଧି ଘଟିଚାଲିଛି,ସେନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗଭୀର ଉଦବେଗ ପ୍ରକାଶ କରିଛନ୍ତି । ଏହି ପରିପେକ୍ଷୀରେ ପ୍ରଧାନମନ୍ତ୍ରୀ ଆସନ୍ତା ବୁଧବାର କୋଭିଡ ସ୍ଥିତିର ସମୀକ୍ଷା କରିବେ । ପ୍ରଧାନମନ୍ତ୍ରୀ ଏବଂ ତାଙ୍କର ବରିଷ୍ଠ ଅଧିକାରୀଙ୍କ ବ୍ୟତୀତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏବଂ ନିଜ ନିଜ ମନ୍ତ୍ରଣାଳୟର ଅଧିକାରୀମାନେ ଭର୍‌ଚୁଆଲ ବୈଠକରେ ଯୋଗଦେବେ । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ବର୍ତ୍ତମାନର ପରିସ୍ଥିତି, ଟିକାକରଣର ସ୍ଥିତି, ବିଶେଷକରି ବୁଷ୍ଟର୍‌ ଡ୍ରାଇଭ୍‌ ଏବଂ କେତେକ ରାଜ୍ୟରେ ମାମଲାଗୁଡ଼ିକର ଟ୍ରାଜେକ୍ଟୋରୀ ଉପରେ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ । ଉଲ୍ଲେଖଯୋଗ୍ୟ ଯେ ସଂକ୍ରମଣ ବୃଦ୍ଧି ଯୋଗୁ କେତେକ ସହରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।

Comments (0)
Add Comment