ଦେଶରେ ୫.୨୪ ଲକ୍ଷରେ ପହଞ୍ଚିଲା କୋଭିଡ ମୃତ୍ୟୁ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩, ୨୭୫ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ କୋଟି ୩୦ ଲକ୍ଷ ୯୧ ହଜାର ୩୯୩ ଟଙ୍କାରେ ପହଞ୍ଚିଛି । ଏବେ ସୁଦ୍ଧା ଦେଶରେ କରୋନାରେ ୫,୨୩,୯୭୫ ଜଣଙ୍କର ମୃତ୍ୟୁ ହୋଇ ସାରିଲାଣି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁସାରେ, କରୋନାର ଦୈନିକ ପଜିଟିଭ୍‌ ହାର ୧.୦୭ ରହିଥିବା ବେଳେ ସାପ୍ତାହିତ ପଜିଟିଭ୍‌ ହାର ରହିଛି ୦.୭୦ ପ୍ରତିଶତ । ଦେଶରେ ଦିନକରେ ୩୦୦୦ ହଜାରରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୨୫ ଲକ୍ଷ ୪୭ ହଜାର ୬୯୯ରେ ପହଞ୍ଚିଛି । ଗତକାଲି ବି ଦେଶରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ଉପରେ ରହିଥିଲା । ଗତ ୬ ଦିନ ହେବ ଦେଶରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାରରୁ ଅଧିକ ରହୁଥିବା ବେଳେ ମଙ୍ଗଳବାର ୧୮.୭% ହ୍ରାସ ପାଇ ଅଢେଇ ହଜାରରୁ ସାମାନ୍ୟ ଅଧିକ ଥିଲା । କୋଭିଡ୍‌ ରୋଗ ସୃଷ୍ଟିକାରୀ ସାର୍ସ-କୋଭ୍‌-୨ ଭୂତାଣୁ ହେଉଛି ବାୟୁବାହିତ । ଯଦି ଗୋଟିଏ ପ୍ରକୋଷ୍ଠରେ ଦୁଇ ବା ଅଧିକ କୋଭିଡ୍‌-୧୯ ରୋଗୀ ଥାନ୍ତି ତେବେ ବାୟୁରେ ଥିବା ଭୂତାଣୁଙ୍କ ପଜିଟିଭିଟି ହାର ୭୫ ପ୍ରତିଶତ ହୋଇଥାଏ । ସେଣ୍ଟର ଫର ସେଲ୍ୟୁଲାର ଆଣ୍ଡ୍‌ ମଲିକ୍ୟୁଲାର ବାୟୋଲୋଜି (ସିସିଏମ୍‌?ବି), ହାଇଦ୍ରାବାଦ ଏବଂ ସିଏସ୍‌ଆଇଆର୍‌-ଆଇଏମ୍‌ଟେକ୍‌, ଚଣ୍ଡୀଗଡ ପକ୍ଷରୁ କରାଯାଇଥିବା ଅନୁଧ୍ୟାନର ରିପୋର୍ଟ ଏରୋସୋଲ ସାଇନ୍ସ ଜର୍ଣ୍ଣାଲରେ ପ୍ରକାଶ ପାଇଛି ।

Comments (0)
Add Comment