ନୂଆଦିଲ୍ଲୀ,୨୬/୫ : ଦିଲ୍ଲୀର ନୂଆ ଉପରାଜ୍ୟପାଳ ଭାବେ ଆଜି ଶପଥ ଗ୍ରହଣ କରିଛନ୍ତି ବିନୟ କୁମାର ସାକ୍ସେନା । ଆଜି ରାଜ ନିବାସରେ ଆୟୋଜିତ ନିରାଡମ୍ବର ଉତ୍ସବରେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ବିପିନ ସାଙ୍ଘି ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଦିଲ୍ଲୀର ଉପରାଜ୍ୟପାଳ ଭାବେ ନିଯୁକ୍ତି ପାଇବାରେ ୬୪ ବର୍ଷିୟ ସାକ୍ସେନା ହେଉଛନ୍ତି ପ୍ରଥମ ଅଣ-ଅମଲା ଏବଂ ଅଣ-ପ୍ରତିରକ୍ଷା ପୃଷ୍ଠଭୂମି ଥିବା ବ୍ୟକ୍ତି । ପୂର୍ବରୁ ସେ କେନ୍ଦ୍ର ସରକାରଙ୍କ ଖଦୀ ଓ ଗ୍ରାମୀଣ ଶିଳ୍ପ କମିସନ୍ରେ ୬ ବର୍ଷ ଧରି ଅଧ୍ୟକ୍ଷ ଥିଲେ । ତାହା ପୂର୍ବରୁ ସାକ୍ସେନା ଏକ ଘରୋଇ ଉଦ୍ୟୋଗରେ ୩ ଦଶନ୍ଧି ଧରି କାର୍ଯ୍ୟ କରିଥିଲେ ।