ତିନିବାହିନୀ ପାଇଁ ୭୬ ହଜାର କୋଟିର ପ୍ରକଳ୍ପକୁ ମଂଜୁରୀ

ନୂଆଦିଲ୍ଲୀ : ଭାରତୀୟ ସାମରିକ ବାହିନୀର ଆଧୁନିକୀକରଣ ପାଇଁ ୭୬ ହଜାର ୩୯୦ କୋଟି ଟଙ୍କାର ପ୍ରକଳ୍ପକୁ କେନ୍ଦ୍ର ସରକାର ମଂଜୁରୀ ଦେଇଛନ୍ତି । ସୋମବାରଦିନ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ବସିଥିବା ପ୍ରତିରକ୍ଷା ଅଧିଗ୍ରହଣ ପରିଷଦ ବୈଠକରେ ଏସବୁ ପ୍ରକଳ୍ପକୁ ମଂଜୁରୀ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦେଇ ଏସବୁ ପ୍ରକଳ୍ପ ଭାରତୀୟ କମ୍ପାନିମାନଙ୍କ ଦ୍ୱାରା ହିଁ କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜେନେରେସନ କରଭେଟ୍‌ (ଏନଜିସି) ଖରିଦ କରାଯିବ । କରଭେଟ ହେଉଛି ଏକ ପ୍ରକାରର ଛୋଟ ମାତ୍ର ଅତ୍ୟାଧୁନିକ ଯୁଦ୍ଧ ଜାହାଜ । ଏହା ଦ୍ୱାରା ଭାରତୀୟ ନୌସେନାର ମାରକ,ପ୍ରହରା ଓ ଉପକୂଳ ସୁରକ୍ଷା କ୍ଷମତା ବୃଦ୍ଧି ପାଇବ । ଆଜିର ବୈଠକରେ ଡିଜିଟାଲ କୋଷ୍ଟଗାର୍ଡ ପ୍ରକଳ୍ପକୁ ମଧ୍ୟ ମଂଜୁରୀ ମିଳିଛି ।

Comments (0)
Add Comment