ରାତାରାତି ଲକ୍ଷପତି ବନିଗଲେ ଜଣେ ଗରିବ ଚାଷୀ.ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୮/୫; ସମୟ ଓ ଭାଗ୍ୟ କାହାକୁ କେତେବେଳେ ରଜା କରିଦେବ ତ ଆଉ କେତେବେଳେ ଫକୀର । ଭାଗ୍ୟରେ ଯଦି ଧନୀ ହେବାର ଥିବ,ତାହାକୁ କେହି ଅଟକାଇ ପାରିବେନି । ସେହିଭଳି ଏକ ଘଟଣା ଘଟିଚି ମଧ୍ୟପ୍ରଦେଶର ଜଣେ ଗରିବ ଚାଷୀଙ୍କ ଜୀବନରେ । ରାତାରାତି ସେ ବନିଯାଇଛନ୍ତି ଲକ୍ଷପତି । ମଧ୍ୟପ୍ରଦେଶର ପ୍ରତାପ ସିଂହ ୟାଦବ ନାମକ ଜଣେ ଚାଷୀ ବିଲରେ କାମ କରିବା ସମୟରେ ତାଙ୍କୁ ୧୧.୮୮ କ୍ୟାରେଟ୍‌ର ହୀରା ମିଳିଛି । ହୀରାକୁ ପାଇ ତାଙ୍କ ପରିବାର ଲୋକେ ବେଶ୍‌ ଖୁସି । ପ୍ରତିଦିନ ପରି ସେଦିନ ମଧ୍ୟ ବିଲରେ କାମ କରୁଥିଲେ ପ୍ରତାପ । ମାଟି ହାଣିବା ଗଛ ଲଗାଇବା କାମ ଚାଲିଛି । ଏହାରି ଭିତରେ ପ୍ରତାପ କେବେ ଚିନ୍ତା ମଧ୍ୟ କରିନଥିଲେ ଯେ କିଛି ସମୟ ଭିତରେ କେତେ କଣ ଘଟିଯିବ । ବିଲରେ ମାଟି ହାଣିବା ସମୟରେ ସେ ଏକ ଚକ୍‌ ଚକ୍‌ କରୁଥିବା ଜିନିଷ ଦେଖିବାକୁ ପାଇଲେ । ମାଟିରୁ କାଢି ଦେଖନ୍ତି ତ ଏହା ଏକ ହୀରା ଖଣ୍ଡ । ଏହାପରେ ପ୍ରତାପ ସେହି ହୀରାକୁ ନେଇ ଘରକୁ ଚାଲିଗଲେ । ପରିବାର ଲୋକ ହୀରାକୁ ଦେଖି ଏକଦମ୍‌ ଆଶ୍ଚର୍ଯ୍ୟ ହୋଇଗଲେ । ପରେ ପ୍ରତାପ ହୀରା ଖଣ୍ଡକୁ ନେଇ ହୀରା ତିଆରି ହେଉଥିବା ସ୍ଥାନରେ ଦେଲେ । ହିରାକୁ ନିଲାମ କରିବାର ନିଷ୍ପତ୍ତି ନିଆଗଲା । ହୀରାର ମୂଲ୍ୟ ୫୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ହୀରା ନିଲାମ ପରେ ସରକାରୀ ରାଜସ୍ୱ ଏବଂ ଟିକସ କାଟିବା ପରେ ଯାହା ମୂଲ୍ୟ ରହିବ ସେ ଟଙ୍କା ପ୍ରତାପଙ୍କୁ ଦିଆଯିବ । ଏହି ଟଙ୍କାରେ ପ୍ରତାପ ତାଙ୍କ ପିଲାମାନଙ୍କର ପଢା ଖର୍ଚ୍ଚ ଉଠାଇବେ ବୋଲି ନିଷ୍ପତ୍ତି ନେଇଛନ୍ତି ।

Comments (0)
Add Comment