ନୂଆଦିଲ୍ଲୀ: ୨୦୦୬ ମୁମ୍ବାଇ ଟ୍ରେନ୍ ବିସ୍ଫୋରଣ ମାମଲାରେ ୧୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି। ସୁପ୍ରିମକୋର୍ଟ ଗୁରୁବାର ବମ୍ବେ ହାଇକୋର୍ଟର ନିଷ୍ପତ୍ତି ବିରୋଧରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦାୟର ଆବେଦନର ଶୁଣାଣି କରିଥିଲେ।
ବାର୍ ଏବଂ ବେଞ୍ଚ ରିପୋର୍ଟ ଅନୁଯାୟୀ, ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ବମ୍ବେ ହାଇକୋର୍ଟର ନିଷ୍ପତ୍ତି ପରେ ନିର୍ଦ୍ଦୋଷ ପାଇଥିବା ସମସ୍ତ ୧୨ ଅଭିଯୁକ୍ତଙ୍କୁ ଆଉ ଗିରଫ କରାଯିବ ନାହିଁ। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ଏହା ଅନ୍ୟ MACOCA ମାମଲା ଉପରେ କୌଣସି ପ୍ରଭାବ ପକାଇବ ନାହିଁ।