ଗଣ ବିବାହରେ ହାତକୁ ଦି’ହାତ ହେଲେ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଭୋପାଳ: ସାଧାରଣ ଭାବରେ ବିବାହ କଲେ ମୁଖ୍ୟମନ୍ତ୍ରୀ ପୁଅ । ଏକ ଗଣବିବାହରେ ହାତକୁ ଦି’ହାତ ହେଲେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କ ସାନ ପୁଅ। ମୁଖ୍ୟମନ୍ତ୍ରୀଙ୍କ କନିଷ୍ଠ ପୁତ୍ର ଡା.ଅଭିମନ୍ୟୁ ଯାଦବ ରବିବାର ଏକ ଗଣବିବାହ ଅଭିଯାନରେ ସାମିଲ ହୋଇ ଡା.ଇଷିତା ଯାଦବଙ୍କୁ ବିବାହ କରିଛନ୍ତି। ଉଜ୍ବୟିନୀର ପବିତ୍ର ସିପ୍ରା ନଦୀକୂଳରେ ଏହି ଗଣବିବାହ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଅଭିମନ୍ୟୁ-ଇଷିତାଙ୍କ ବ୍ୟତୀତ ଅନ୍ୟ ୨୧ ଜଣ ଯୁବକ-ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ବିବାହ ଉତ୍ସବରେ ହିନ୍ଦୁ ପାରମ୍ପରିକ ରୀତିନୀତିକୁ ପ୍ରାଧାନ୍ୟ ଦିଆଯାଇଥିଲା।

ବରମାନେ ଘୋଡାରେ ଚଢ଼ି ଏବଂ କନ୍ୟାମାନେ ସୁସଜ୍ଜିତ ପାଲିଙ୍କିରେ ବସି ବିବାହ ମଣ୍ଡପକୁ ଆସିଥିଲେ। ଏଥିପାଇଁ ବିରାଟ ମଣ୍ଡପ ନିର୍ମିତ ହୋଇଥିଲା। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବିଭିନ୍ନ ମୁଖ୍ୟମନ୍ତ୍ରୀ, ରାଜ୍ୟପାଳଙ୍କ ଭଳି ଭିଭିଆଇପି ଓ ବିଶିଷ୍ଟ ଧର୍ମଗୁରୁ ଏହି ଗଣବିବାହରେ ଅତିଥି ଭାବେ ଯୋଗଦେଇଥିଲେ।

Comments (0)
Add Comment