ନୂଆଦିଲ୍ଲୀ; ଉତ୍ତର ପ୍ରଦେଶର ମଥୁରାରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଗୋଟିଏ ପରିବାରର ୫ଜଣ ସଦସ୍ୟ ବିଷ ପିଇ ଦେଇଥିବା ଜଣାପଡ଼ିଛି । ସ୍ୱାମୀ, ସ୍ତ୍ରୀ ଏବଂ ସେମାନଙ୍କର ୩ ପିଲା କ୍ଷୀରରେ ବିଷ ମିଶାଇ ପିଇ ଦେଇଥିବା ସନ୍ଦେହ କରାଯାଉଛି । ସକାଳେ ସେମାନେ ନ ଉଠିବାରୁ ପଡ଼ୋଶୀମାନେ ସନ୍ଦେହ କରି ପୁଲିସକୁ ଖବର ଦେଇଥିଲେ । ସମସ୍ତ ୫ ଜଣଙ୍କର ମୃତ୍ୟୁ ହୋଇଛି । ମଥୁରା ମହାବନ ପୋଲିସ ଷ୍ଟେସନ ଅଧୀନସ୍ଥ ଖପ୍ପରପୁର ଗାଁରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରାଯାଉଛି । ପରିବାରର ଅନ୍ୟ ସଦସ୍ୟ ଏବଂ ଗାଁ ଲୋକଙ୍କୁ ପଚରାଉଚରା କରାଯାଉଛି । ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ପୁଲିସ୍ ଘଟଣାର ତଦନ୍ତ ଜାରି ରହିଛି । କେଉଁ କାରଣ ପାଇଁ ପରିବାର ଏ ଚରମ ନିଷ୍ପତ୍ତି ନେଲେ । କଣ କାରଣ ଥାଇପାରେ । ପାରିବାରିକ କଳହ ନା ଅନ୍ୟକିଛି । ଏମିତି ଅନେକ ପ୍ରଶ୍ନ ସ୍ଥାନୟୀ ଲୋକଙ୍କ ମନରେ ଉଙ୍କି ମାରୁଛି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି ।