ଟ୍ରାକ୍ଟରକୁ ଜିପ୍‌ କରିଦେଲେ ଏହି ଯୁବକ, ଦେଖନ୍ତୁ ଫଟୋ

ନୂଆଦିଲ୍ଲୀ : ଆମେ ଆଗରୁ ଜାଣିଛେ ଓ ଶୁଣିଛେ ଯେ, ବହୁ ସ୍ୱଦେଶୀ କାରଗରମାନେ ପୁରୁଣ ଯାନକୁ ଯୋଗାଡ କରି ନୂଆ ରୂପ ଦିଅନ୍ତ ଓ ବେଳେବେଳେ ଅନ୍ୟ ଗାଡିରେ ମଧ୍ୟ ପରିବର୍ତ୍ତନ କରିଥାନ୍ତି । ଏମିତି ଏକ ମାମଲା ଏବେ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ଏକ ପୁରୁଣା ମହିନ୍ଦ୍ରା ଟ୍ରାକ୍ଟରକୁ ଜିପ୍‌ ର ରୂପ ଦେଇଛନ୍ତି । ଏହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ଆନନ୍ଦ ମହିନ୍ଦ୍ରା ନିଜେ ସେୟାର କରିଛନ୍ତି ।
ପ୍ରଥମ ଏହାର ଫଟୋ ମହିନ୍ଦ୍ରା ଟ୍ରାକ୍ଟରର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲ ସେୟାର କରାଯାଇଥିଲା । ପରେ ଆନନ୍ଦ ମହିନ୍ଦ୍ରା ମଧ୍ୟ ସେୟାର କରି ପ୍ରସ୍ତତ କରିଥିବା ବ୍ୟକ୍ତିଜଣକଙ୍କୁ ଖୁବ୍‌ ପ୍ରଶଂସା କରିବା ସହ ଡିଜାଇନକୁ ମଧ୍ୟ ପସନ୍ଦ କରିଛନ୍ତି ।
ସୂଚନାନୁସାରେ, ମେଘାଳୟର ଜୋୱାଇରେ ରହୁଥିବା ମାୟା ରିମ୍ବେ ନାମକ ଜଣେ ବ୍ୟକ୍ତି ଏହି ଜିପ୍‌ ପ୍ରସ୍ତୁତ କରିଛନ୍ତି । ଏହି ଚିତ୍ରଟି ସେୟାର ହେବା ମାତ୍ରେ ଏହା ତୁରନ୍ତ ଭାଇରାଲ ହୋଇଯାଇଥିଲା । ଲୋକମାନେ ଏହାକୁ ବହୁତ ପସନ୍ଦ କରୁଚନ୍ତି । କେହି କେହି ଏହି ବ୍ୟକ୍ତିଙ୍କୁ ମେକାନିକ୍‌ ବୋଲି କହୁଥିବା ବେଳେ କେହି କେହି ବିଶେଷଜ୍ଞ ବୋଲି ଆଖ୍ୟା ଦେଇଛନ୍ତି ।

Comments (0)
Add Comment