ରକେଟ ମାଡ଼ରେ ୩୦୦ ମୃତ, ଖଣ୍ଡନ କଲେ ପୁଟିନ

ନୂଆଦିଲ୍ଲୀ:ଋଷ- ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଯାଇଛି ଘନଘଟା ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସ୍ଥାନରେ ଋଷ ସେନାର ରକେଟ ମାଡରେ ୟୁକ୍ରେନର ୩୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ସୂଚନା ରହିଛି । ଏନେଇ ସୂଚନା ଦେଇଛନ୍ତି ୟୁକ୍ରେନ ଗୃହମନ୍ତ୍ରୀ ।

ୟୁକ୍ରେନରେ ଆକ୍ରମଣ କରିସାରିଛି ଋଷ । ଏକାଧିକ ସ୍ଥାନରେ ବିସ୍ଫୋରଣ କରିବା ସହ ରକେଟ୍ ମାଡ କରିଛି । ଏଥିରେ ଶତାଧିକ ୟୁକ୍ରେନବାସୀ ପ୍ରାଣ ହରାଇଥିବା ସ୍ପଷ୍ଟ କରିଛନ୍ତି ୟୁକ୍ରେନର ଗୃହମନ୍ତ୍ରୀ । ଅନ୍ୟପଟେ ଏହାକୁ ମିଥ୍ୟା ତଥ୍ୟ ବୋଲି କହିଛି ଋଷ । ଯୁଦ୍ଧ ମଧ୍ୟରେ ୟୁକ୍ରେନ ନାଗରିକଙ୍କ ସୁରକ୍ଷା ଦାୟିତ୍ୱକୁ ଗୁରୁତ୍ୱ ଦେଇଛନ୍ତି ଋଷ ରାଷ୍ଟ୍ରପତି ପୁଟିନ୍ । ତାଙ୍କର ଯୁଦ୍ଧ ୟୁକ୍ରେନ୍ ସରକାର ସହ ୟୁକ୍ରେନବାସୀଙ୍କ ସହ ନୁହେଁ । ତେଣୁ ୟୁକ୍ରେନ ନାଗରିକଙ୍କ ଯେପରି କିଛି କ୍ଷତି ନହୁଏ ସେଥିପାଇଁ ଋଷ ସଜାଗ ବୋଲି ପୁଟିନ୍ କହିଛନ୍ତି । ତାଙ୍କର ଯୁଦ୍ଧ ୟୁକ୍ରେନ୍ ସରକାର ସହ ୟୁକ୍ରେନବାସୀଙ୍କ ସହ ନୁହେଁ । ତେଣୁ ୟୁକ୍ରେନ ନାଗରିକଙ୍କ ଯେପରି କିଛି କ୍ଷତି ନହୁଏ ସେଥିପାଇଁ ଋଷ ସଜାଗ ବୋଲି ପୁଟିନ୍ କହିଛନ୍ତି ।

Comments (0)
Add Comment