ବିଜୟ ମାଲ୍ୟାଙ୍କୁ ୪ବର୍ଷ ଜେଲ୍

ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅବମାନନା ମାମଲାରେ ସୁପ୍ରିମକୋର୍ଟ ଚାରିମାସ ଦଣ୍ଡିତ କରିଛନ୍ତି । ସୁପ୍ରିମକୋର୍ଟ ୨ ହଜାର ଟଙ୍କା ମଧ୍ୟ ଜରିମାନା ଲାଗୁ କରିଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବିଜୟ ମାଲ୍ୟା ଅବମାନନା ପାଇଁ କୋର୍ଟରେ କ୍ଷମା ମାଗିନାହାଁନ୍ତି । ଏହା ବ୍ୟତୀତ ବିଦେଶକୁ ଟ୍ରାନ୍ସଫର କରାଯାଇଥିବା ୪୦ ମିଲିୟନ ଡଲାରକୁ ମଧ୍ୟ ୪ ସପ୍ତାହ ମଧ୍ୟରେ ପରିଶୋଧ କରିବାକୁ କୁହାଯାଇଛି । ଏହା କରିବାରେ ବିଫଳ ହେଲେ ବିଜୟ ମାଲ୍ୟାଙ୍କ ସମ୍ପତ୍ତି ବାଜ୍ୟାପ୍ତି କରାଯିବ ।
କେନ୍ଦ୍ରୀୟ ଅନୁସନ୍ଧାନକାରୀ ଏଜେନ୍ସିର ଅଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବାଧ୍ୟ ହେବେ ବୋଲି କୁହଯାଇଛି ।
ଜଷ୍ଟିସ ୟୁ ୟୁ ଲଳିତ, ଏସ ରବୀନ୍ଦ୍ର ଭଟ୍ଟ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । ଦେଶର ଶୀର୍ଷ ଅଦାଲତ ପାଂଚ ବର୍ଷ ପୂର୍ବେ ମେ ୯, ୨୦୧୭ ରେ ବିଜୟ ମାଲ୍ୟାଙ୍କୁ ଏକ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ । ବ୍ୟାଙ୍କଗୁଡିକର ଏସବିଆଇ ନେତୃତ୍ୱାଧୀନ କନସୋର୍ଟିୟମ ଦ୍ୱାରା ଦାଖଲ ହୋଇଥିବା ଏକ ମାମଲାରେ ଅଦାଲତଙ୍କ ନିର୍ଦ୍ଦେଶର ଉଲ୍ଲଂଘନ କରି ସେ ତାଙ୍କ ପିଲାମାନଙ୍କୁ ୪୦ ନିୟୁତ ଡଲାର ସ୍ଥାନାନ୍ତର କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ।
ସୁପ୍ରିମକୋର୍ଟରେ ମାମଲାର ଶୁଣାଣି ସମୟରେ ବିଜୟ ମାଲ୍ୟା ହାଜର ହୋଇନଥିଲେ କି ତାଙ୍କ ତରଫରୁ କୌଣସି ଓକିଲ ଆସି ନଥିଲେ । ଏହି ମାମଲାରେ ବିଜୟ ମାଲ୍ୟାଙ୍କୁ ସର୍ବାଧିକ ଦଣ୍ଡ ଦେବା ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଆବେଦନ କରିଥିଲେ ।

Comments (0)
Add Comment