ଆତଙ୍କୀ ହମଲାରେ ରେଳବାଇ ପୁଲିସ୍‌ ମୃତ

ପୁଲୱାମା: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲା କାକାପୋରାରେ ଆଜି ଆତଙ୍କବାଦୀମାନେ ପୁଣିଥରେ ହମଲା କରିଛନ୍ତି । ଏଥିରେ ଜଣେ ରେଳବାଇ ପୁଲିସ ଅଧିକାରୀ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଆହତ ହୋଇଛନ୍ତି । ଏହି ଦୁଇ ଆରପିଏଫ ଅଧିକାରୀ କାକାପୋରା ଠାରେ ଛିଡା ହୋଇଥିବା ବେଳେ ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳିମାଡ କରିଥିଲେ । ଏହାପରେ ଉଭୟଙ୍କୁ ରକ୍ତାକ୍ତ ଅବସ୍ଥାରେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି । ଏବେ ଆଉ ଜଣେ ଅଧିକାରୀ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । ଅନ୍ୟପକ୍ଷରେ ଆତଙ୍କୀ ହମଲା ପରେ ପୂରା ଅଞ୍ଚଳକୁ କର୍ଡନ କରାଯାଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଛି । ହେଲେ ଏଯାଏ ଆତଙ୍କବାଦୀଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

Comments (0)
Add Comment