ଲକ୍ଷେ୍ନø : ଉତ୍ତର ପ୍ରଦେଶର ଲକ୍ଷେ୍ନø ଅନ୍ତର୍ଗତ ହଜ୍ରତ୍ଗଞ୍ଜ୍ ଅଞ୍ଚଳରେ ଥିବା ବିଳାସମୟ ହୋଟେଲ୍ ‘ଲେବାନା’ରେ ଆଜି ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୬ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନୁୂନ ୧୦ଜଣ ଆହତ ହୋଇଛନ୍ତି । ୫ ତାଲାବିଶିଷ୍ଟ ଉକ୍ତ ହୋଟେଲ୍ର ୪ର୍ଥ ମହଲାରେ ନିଆଁ ଲାଗିଥିଲା । ୩ଟି ଆମ୍ବୁଲାନ୍ସ୍ ଏବଂ ଦମକଳ ନିଆଁ ଲିଭା ଏବଂ ଉଦ୍ଧାର କାର୍ଯ୍ୟ ଜାରି ରଖଛନ୍ତିି । ନିରାପତ୍ତା କର୍ମଚାରୀମାନେ ଅକ୍ସିଜେନ୍ ମାସ୍କ୍ ପିନ୍ଧି ହୋଟେଲ୍ ରୁମ୍ରେ ଥିବା ଲୋକମାନଙ୍କୁ ସ୍ଥାନାନ୍ତର କରୁଛନ୍ତି । କୋଠରି ମଧ୍ୟରେ ରହିଯାଇଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀମାନେ ଝରକା ଭାଙ୍ଗି ଭିତରେ ପ୍ରବେଶ କରିବାକୁ ଉଦ୍ୟମ ଚଳାଇଛନ୍ତି । ଏଯାବତ୍ ପ୍ରାୟ ୧୫ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରୁ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଲେବାନା ହୋଟେଲ୍ରେ ଘଟିଥିବା ଅଗ୍ନିକାଣ୍ଡ ବିଷୟରେ ଅବଗତ ହେବା ପରେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, ଅଗ୍ନିକାଣ୍ଡରେ ଆହତ ବ୍ୟକ୍ତିମାନଙ୍କୁ ଉପଯୁକ୍ତ ଚିକିତ୍ସା ଦିଆଯିବ । ଏଥିପାଇଁ ସେ ଜିଲ୍ଲା ପ୍ରଶାସନର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା ସହ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲା ମାଜିଷ୍ଟ୍ରେଟ୍ ଓ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ କହିଛନ୍ତି ।