୯୫ ହଜାର ଟଙ୍କା ଡେଇଁଲା ସୁନା ଦର

୯୫ ହଜାର ଟଙ୍କା ଡେଇଁଲା ସୁନା ଦର

ନୂଆଦିଲ୍ଲୀ : ୯୫ ହଜାର ଟଙ୍କା ଡେଇଁଲା ସୁନା । ୨୪ କ୍ୟାରେଟ୍ ସୁନା ଦର ୨୦୨୦ ଟଙ୍କା ବୃଦ୍ଧି ପାଇ ୯୫ ହଜାର ୪୦୦ ଟଙ୍କା । ୨୨ କ୍ୟାରେଟ୍ ସୁନା ମୂଲ୍ୟ ୮୭ ହଜାର ୪୫୦ ଟଙ୍କା । 

ଗତକାଲି ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୮୫ ହଜାର ୬୦୦ ଥିଲା । ୨୪ କ୍ୟାରେଟ୍ ସୁନା ୯୩,୩୮୦ ଟଙ୍କା ରହିଥିଲା । ହେଲେ ୩ ଦିନ ହେଲା ଲଗାତାର ଦାମ୍ ବଢିବା ସହ ଲକ୍ଷେ ମୁହାଁ ହୋଇଛି ଏହି ହଳଦିଆ ଧାତୁ ଦର । ୨୪ କ୍ୟାରେଟ୍ ସୁନା ୯୫ ହଜାର ଟଙ୍କା ଅତିକ୍ରମ କରିଛି । ସେହିପରି ରୁପା କିଲୋ ୧ ଲକ୍ଷ ୮ ହଜାର ଟଙ୍କା ରହିଛି ।

ମାର୍ଚ୍ଚ ୧ରେ ଭୁବନେଶ୍ୱରରେ ୨୨ କ୍ୟାରେଟ୍ ସୁନା ଦାମ ୧୦ ଗ୍ରାମ ପିଛା ୭୯ ହଜାର ୪୦୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ମାସକ ଭିତରେ ଦାମ୍ ପ୍ରାୟ ଡବଲ୍ ହୋଇ ୮୭, ୪୫୦ ଟଙ୍କାରେ ପହଞ୍ଚିଛି । ଆଗକୁ ବିବାହ ଋତୁ ଥିବାବେଳେ ସୁନାର ଏହି ବର୍ଦ୍ଧିତ ଦର ସାଧାରଣ ଗ୍ରାହକଙ୍କ ପାଇଁ ଦାଉ ସାଧିଛି ।

ଆମ ଦେଶ ସୁନା ପାଇଁ ଆନ୍ତର୍ଜାତିକ ବଜାର ଉପରେ ନିର୍ଭର କରିଥାଏ । ଯେହେତୁ ଆନ୍ତର୍ଜାତିକ ବଜାରରେ ସୁନା ଦାମ ବଢ଼ିବାରେ ଲାଗିଛି । ସେଥିପାଇଁ ଭାରତରେ ବି ତାହାର ପ୍ରଭାବ ଦେଖିବାକୁ ମିଳୁଛି । ଦ୍ବିତୀୟରେ ଆମେରିକାର ଟ୍ରମ୍ପ୍ ପ୍ରଶାସନର କଟକଣା ନିଷ୍ପତ୍ତି ଷ୍ଟକ୍ ବଜାରକୁ ପ୍ରଭାବିତ କରୁଛି । ତେଣୁ ନିବେଶକମାନେ ଷ୍ଟକ୍ ମାର୍କେଟ୍ ବଦଳରେ ସୁନାରେ ପୁଞ୍ଜିନିବେଶକୁ ଅଧିକ ସୁରକ୍ଷିତ ମଣୁଛନ୍ତି ।

Comments (0)
Add Comment