ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ କଲେ ଋଷବାସୀ

ନୂଆଦିଲ୍ଲୀ: ଋଷ ରାଜଧାନୀ ମସ୍କୋରେ ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ । ୟୁକ୍ରେନ ସହ ଯୁଦ୍ଧକୁ ବିରୋଧ କରି ପୁଟିନଙ୍କ ବିରୋଧରେ ଲଗାଇଥିଲେ ଶହଶହ ଋଷ ନାଗରିକ । ହେଲେ ଏମାନଙ୍କୁ ଗିରଫ କରିବା ସହ ପୁଟିନଙ୍କ ବିରୋଧରେ ସ୍ୱର ଉଠାଇବାକୁ ତାଗିତ କରିଛନ୍ତି ଏଠିକାର ପ୍ରଶାସନିକ ଅଧିକାରୀ ।
ଗୁରୁବାର ୟୁକ୍ରେନ ଉପରେ ଆକ୍ରମଣ କରିଛି ଋଷ । ଋଷ ସେନା ଦାବି କରିଛି ଯେ, ୟୁକ୍ରେନର ୮୩ଟି ସେନା ଆଡ୍ଡାକୁ ଧ୍ୱଂସ କରିବା ସହ ୧୧ଟି ଏୟାରବେସକୁୁ ମଧ୍ୟ କ୍ଷତିଗ୍ରସ୍ତ କରିପକାଇଛି ଋଷ ସେନା । ପ୍ରଥମ ଦିନର ଆକ୍ରମଣକୁ ସଫଳ ବୋଲି କହିଛି ଋଷ ସେନା । ଅନ୍ୟପଟେ ଏହି ଆକ୍ରମଣକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଇଛି । ନାଟୋର ସମସ୍ତ ରାଷ୍ଟ୍ର ଋଷ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । କେବଳ ଏତିକି ନୁହେଁ ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ବିରୋଧର ସ୍ୱର ଉଠାଇଛନ୍ତି ନିଜ ଦେଶର ନାଗରିକ । ରାଜଧାନୀ ମସ୍କୋରେ ଶହଶହ ସଂଖ୍ୟାରେ ପ୍ରଦର୍ଶନକାରୀ ଏକଜୁଟ ହୋଇ ୟୁକ୍ରେନ ଉପରେ ଆକ୍ରମଣକୁ ବିରୋଧ କରିଥିଲେ । ଏବଂ ପୁଟିନଙ୍କ ବିରୋଧରେ ମଧ୍ୟ ନାରା ଲଗାଇଥିଲେ । ଫଳରେ ପୋଲିସ ପାଖାପାଖି ୧୭୦୦ ପ୍ରଦର୍ଶନକାରୀଙ୍କୁ ଗିରଫ କରିନେଇଛି ।
ଅନ୍ୟପକ୍ଷରେ ୟୁକ୍ରେନ ବିପକ୍ଷରେ ଋଷର ଯୁଦ୍ଧକୁ ନେଇ ଆମେରିକା କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ବିଶ୍ୱକୁ ସମ୍ବୋଧନ କରି ଆମେରିକାର ରାଷ୍ଟ୍ରପତି ବାଇଡେନ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି ଯେ, ପୁଟିନ ଆକ୍ରମଣକାରୀ, ସେ ଯୁଦ୍ଧ ବାଛିଛନ୍ତି, ପରିଣାମ ଭୋଗିବେ । ଋଷର ତୈଳ ରପ୍ତାନୀ ଉପରେ କଟକଣା ଜାରି ହେବ । ଋଷର ୪ଟି ବଡ଼ ବ୍ୟାଙ୍କ ଉପରେ କଟକଣା ଲଗାଯାଇଛି । ଆମେରିକାରେ ଥିବା ଋଷର ସମସ୍ତ ସମ୍ପତ୍ତି ଅଚଳ କରାଯିବ । ଆମେରିକା ସୈନ୍ୟ ୟୁକ୍ରେନ ଯିବେ ନାହିଁ । ଯଦି ଋଷ ସାଇବର ହମଲା କରେ, ସେଥିପାଇଁ ଆମେ ପ୍ରସ୍ତୁତ । ଆମେରିକା ଉପରେ ବି ଯୁଦ୍ଧର ପ୍ରଭାବ ପଡ଼ିବ । ଋଷ ରାଷ୍ଟ୍ରପତିଙ୍କ ସହ କଥା ହେବାର ଯୋଜନା ନାହିଁ । ପୂର୍ବଭଳି ସୋଭିଏତ ୟୁନିୟନ ଗଠନ କରିବାକୁ ଚାହୁଁଛି ଋଷ । ୟୁକ୍ରେନ ପ୍ରସଙ୍ଗରେ ଭାରତ ସହ ଆଲୋଚନା ହେବ ବୋଲି ବାଇଡେନ କହିଛନ୍ତି ।

Comments (0)
Add Comment