କାର ତଳେ ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ

ଅହମଦାବାଦ: ଅଧୁରା ରହିଲା ଦିଅଁ ଦର୍ଶନ । କାର୍‌ ଚକା ତଳେ ଚାଲିଗଲା ୬ ତୀର୍ଥଯାତ୍ରୀଙ୍କ ଜୀବନ । ଆଜି ଗୁଜରାଟର ଆରାଭାଲୀ ଜିଲ୍ଲାରେ ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଏହି ତୀର୍ଥଯାତ୍ରୀଙ୍କ ଜୀବନ ଯାଇଛି । ଏହି ଦୁର୍ଘଟଣାରେ ଆଉ ୭ ଜଣ ଗୁରୁତର ହୋଇଛନ୍ତି । ତୀର୍ଥଯାତ୍ରୀମାନେ ସକାଳୁ ସକାଳୁ ଅମ୍ବାଜୀ ମନ୍ଦିର ଦର୍ଶନ କରିବାକୁ ଯାଇଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ କାର୍‌ ସେମାନଙ୍କ । ଏହି ତୀର୍ଥଯାତ୍ରୀମାନେ ପଞ୍ଚମହଲ ଜିଲ୍ଲାର କାଲୋଲ ତହସିଲର ଥିଲେ ବୋଲି ସୂତ୍ରରୁ ପ୍ରକାଶ । ଆଜି ସକାଳୁ ସକାଳୁ ବହୁ ସଂଖ୍ୟାରେ ତୀର୍ଥ ଯାତ୍ରୀ ପ୍ରସିଦ୍ଧ ଅମ୍ବାଜୀ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ । ଏହି ସମୟରେ ପଛରୁ ଆସୁଥିବା ଏକ କାର୍‌ ୬ ଯାତ୍ରୀଙ୍କୁ ଚାପି ଦେଇଥିଲା । ଫଳରେ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା । ଏହି ସମୟରେ ରାସ୍ତାରେ ଯାଉଥିବା ଅନ୍ୟ ୭ ଜଣଙ୍କ ସମେତ କାର୍‌ ଡ୍ରାଇଭର ମଧ୍ୟ ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁଜରାଟର ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ତୀର୍ଥ ଯାତ୍ରୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ସମ୍ପର୍କୀୟଙ୍କ ପାଇଁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଘୋଷଣା କରିଛନ୍ତି । ଏଥିସହ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିଛନ୍ତି ।

Comments (0)
Add Comment