ମନ୍ତ୍ରୀମଣ୍ଡଳରୁ ପାର୍ଥଙ୍କୁ ବିଦାକଲେ ମମତା

କୋଲକାତା : ଶେଷରେ ବିରୋଧୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ଟିଏମସି ସୁପ୍ରିମୋ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି କ୍ୟାବିନେଟ ବୈଠକ ପରେ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସରକାରରୁ ବିଦା କରିଛନ୍ତି ମମତା । ଶିକ୍ଷକ ନିଯୁକ୍ତିରେ ହୋଇଥିବା ବ୍ୟାପକ ଦୁର୍ନୀତି ମାମଲାରେ ପାର୍ଥ ଓ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀଙ୍କୁ ଇଡି ଗିରଫ କରିଛି । ଇତିମଧ୍ୟରେ ଅର୍ପିତାଙ୍କ ଘରୁ ନଗଦ ୫୦ କୋଟି ଟଙ୍କା ଓ ୫ କେଜି ସୁନା ଜବତ ହୋଇଛି । ଏହି ଘଟଣାକୁ ନେଇ ଟିଏମସି ସରକାର ଅଡୁଆରେ ପଡିଥିଲେ । ଏବେ ଏହି ଅଡୁଆକୁ ଦୂର କରିବା ପାଇଁ ମମତା ଆଜି ପାର୍ଥ ଚାଟାର୍ଜୀଙ୍କୁ ବିଦା କରିଛନ୍ତି । ପୂର୍ବରୁ ବିରୋଧୀ ବିଜେପି ଓ କଂଗ୍ରେସ ସମାନ ଦାବି କରି ଟିଏମସି ସରକାରକୁ ଘେରିବା ପାଇଁ ଚେଷ୍ଟା କରିଥିଲେ । ବିରୋଧୀଙ୍କ ଚାପରେ ମମତା ସରକାର ଗିରଫର ୫ ଦିନ ପରେ ପାର୍ଥଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ।

Comments (0)
Add Comment