କାଠମାଣ୍ଡୁ : ନେପାଳର ରାଜଧାନୀ କାଠମାଣ୍ଡୁରେ ଗୁରୁବାର ସକାଳେ ଭୂକମ୍ପ ହୋଇଛି । କାଠମାଣ୍ଡୁରୁ ୧୬୧ କିଲୋମିଟର ଦୂର ଏହାର କେନ୍ଦ୍ରସ୍ଥଳ ବୋଲି କୁହାଯାଉଛି । ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ତିବ୍ରତା ୪.୩ ରେକର୍ଡ କରାଯାଇଛି । ଏଥିରେ ଧନଜୀବନ ହାନୀ ହୋଇଥିବା ନେଇ କୌଣସି ଖବର ଏଯାଏଁ ନାହିଁ । ଏହାପୂର୍ବରୁ ୨୧ ଜୁନରେ ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା । ୬.୧ ତିବ୍ରତାର ଭୂକମ୍ପ ଝଟକା ଅନୁଭବ ହୋଇଥିବା ବେଳେ ଏଥିରେ ବହୁ ଧନଜୀବନ ନଷ୍ଟ ହୋଇଥିଲା । ଏଥିରେ ପ୍ରାୟ ୧୦୦୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ୧୫୦୦ରୁ ଅଧିକ ଆହତ ହୋଇଛନ୍ତି । ବହୁ ଘରଦ୍ୱାର ଭାଙ୍ଗି ନଷ୍ଟ ହୋଇ ଯାଇଛି ।