ଭାରତୀୟ ଛାତ୍ରଙ୍କୁ ୧୧ ଥର ଛୁରାମାଡ଼; ଜଣେ ଗିରଫ

ଲକ୍ଷ୍ନୌ: ଗତ ସପ୍ତାହରେ ଅଷ୍ଟ୍ରେଲିଆର ସିଡ୍‌ନିରେ ୧୧ ଥର ଛୁରି ଭୁଷାଖାଇ ସାଙ୍ଘାତିକ ଅସୁସ୍ଥ ହୋଇପଡ଼ିଥିବା ଆଗ୍ରା ନିବାସୀ ଜଣେ ଭାରତୀୟ ଛାତ୍ର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। ଏହା ବର୍ଣ୍ଣବୈଷମ୍ୟ ଆକ୍ରମଣ ବୋଲି ଛାତ୍ରଙ୍କର ପରିବାର ଲୋକେ କହିଛନ୍ତି।

ସଂଗୃହୀତ ସୂଚନା ଅନୁସାରେ, ସିଡ୍‌ନିସ୍ଥିତି ‘ୟୁନିଭର୍ସିଟି ଅଫ୍‌ ନିଉ ସାଉଥ୍‌‌ ୱେଲ୍‌ଜ୍‌’ସ୍ଥିତ ବିଶ୍ବବିଦ୍ୟାଳୟରେ ‘ପିଏଚ୍‌ଡି’ କରୁଥିବା ୨୮ ବର୍ଷିୟ ଶୁଭମ୍‌ ଗର୍ଗଙ୍କୁ ଅକ୍ଟୋବର ୬ ତାରିଖ ଦିନ ଆକ୍ରମଣ କରାଯାଇଥିଲା। ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଅଛି। ‘ଆଇଆଇଟି-ମାଡ୍ରାସ୍‌’ରୁ ସ୍ନାତକ ହାସଲ କରିଥିବା ଶୁଭମ ସେପ୍ଟେମ୍ବର ପହିଲାରେ ଅଷ୍ଟ୍ରେଲିଆ ଯାଇଥିଲେ।

ଉତ୍ତର ପ୍ରଦେଶର ଆଗ୍ରାରେ ଥିବା ତାଙ୍କର ପିତାମାତା ଅଷ୍ଟ୍ରେଲିଆ ଯିବା ନିମନ୍ତେ ଭିସା ପାଇଁ ଉଦ୍ୟମ କରୁଛନ୍ତି। କିନ୍ତୁ, ଏଯାବତ୍‌ ଭିସା ପାଇ ନାହାନ୍ତି।

Comments (0)
Add Comment