ନୂଆଦିଲ୍ଲୀ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା । ଜାନୁଆରୀ ୧୭ରୁ କୋଲକାତା ଏବଂ ଗୌହାଟି ମଧ୍ୟରେ ଚାଲିବ ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗର ମାଲଦା ଟାଉନରେ ଏହାର ଉଦଘାଟନ କରିବେ । କାମାକ୍ଷା ଏବଂ ହାୱଡ଼ା ଜଙ୍କସନ ମଧ୍ୟରେ ସପ୍ତାହରେ ୬ ଦିନ ଏହି ଟ୍ରେନ୍ ଚାଲିବ । ରେଳମନ୍ତ୍ରୀଙ୍କ କହିବାନୁଯାୟୀ, ୬ଟି ନୂତନ ଅମୃତ ଭାରତ ଏକ୍ସପ୍ରେସ୍ ମଧ୍ୟ ଆରମ୍ଭ ହେବ । ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ବିଶିଷ୍ଟ ରେଳ ସେବା ପୁରସ୍କାର ଉତ୍ସବରେ ଯୋଗଦେଇ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଯେ, ୨୦୨୬ରେ ଭାରତୀୟ ରେଳବାଇ ଏକ ବଡ଼ ପରିବର୍ତ୍ତନ ଆଣିବ । ଏଥିରେ ସମସ୍ତ ପ୍ରକାରର ସଂସ୍କାର ପାଇଁ କୃତ୍ରିମ ବୁଦ୍ଧିମତ୍ତା (AI)ର ବ୍ୟାପକ ବ୍ୟବହାର ଅନ୍ତର୍ଭୁକ୍ତ ।