ଭୁବନେଶ୍ୱର: ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାଫଳ ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ । କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ଭିଡିଓ କ୍ଲିପିଂ ମାଧ୍ୟମରେ ମଧ୍ୟାହ୍ନ ୧୨ଟା ୩୦ରେ ସିଏଚଏସଇ ଅଫିସ୍ରେ ଫଳାଫଳ ବାହାରିବ । ଏନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏଥିସହିତ ଅଗଷ୍ଟ ତୃତୀୟ ସପ୍ତାହରେ ବାଣିଜ୍ୟ ଓ ଶେଷ ସପ୍ତାହରେ କଳା ଫଳାଫଳ ପ୍ରକାଶ ପାଇବ ବୋଲି ଶ୍ରୀ ଦାଶ କହିଛନ୍ତି ।