ଅଶ୍ଳୀଳ ଭିଡିଓ ମାମଲାରେ ୪ ଅଭିଯୁକ୍ତ ଗିରଫ

ମୁମ୍ବାଇ : ରାଜ କୁନ୍ଦ୍ରା ଅଶ୍ଳୀଳ ଭିଡିଓ ମାମଲାରେ ପୋଲିସର ତଦନ୍ତ ଜାରି ରହିଛି । ବର୍ତ୍ତମାନ ଏହି ମାମଲାରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମୁମ୍ବାଇ ପୋଲିସ କ୍ରାଇମ ବ୍ରାଞ୍ଚର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି । ସୋମବାର ଦିନ ୪ ଜଣଙ୍କୁ ଗିରଫ କରାଯାଇଥିଲା । ଏଥିରେ କାଷ୍ଟିଂ ନିର୍ଦ୍ଦେଶକ ମଧ୍ୟ ଅନ୍ତର୍ଭୁକ୍ତ । ସମସ୍ତଙ୍କୁ ଭର୍ସେଭା ଏବଂ ବୋରିଭାଲୀ ଅଞ୍ଚଳରୁ ଧରାଯାଇଛି । ଗତ ବର୍ଷ ଅଶ୍ଳୀଳ ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା । ପ୍ରାୟ ତିନିମାସ ଜେଲରେ ରହିବା ପରେ ସେପ୍ଟେମ୍ବରରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା ।

Comments (0)
Add Comment