ନୂଆଦିଲ୍ଲୀ : ନିର୍ବାଚନ ପୂର୍ବରୁ ପଞ୍ଜାବ ରାଜନୀତିକୁ ଅସ୍ଥିର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ନବଜୋତ ସିଂ ସିଦ୍ଧୁ । ତାଙ୍କ ବିଦ୍ରୋହ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଅମିରନ୍ଦର ସିଂ ହଟିଥିଲେ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ ମଧ୍ୟ ବିରୋଧ କରିବାକୁ ପଛାଇନଥିଲେ ସିଦ୍ଧୁ । ଏବେ ତାହାର ପ୍ରତିଫଳନ ଦେଖିବାକୁ ମିଳିଛି ।ଗତ ନିର୍ବାଚନରେ ଅମୃତସର ଇଷ୍ଟ ଆସନରୁ ୪୦ ହଜାରରୁ ଉଦ୍ଧ୍ୱର୍ ଭୋଟରେ ଜିତିଥିଲେ ସିଦ୍ଧୁ । କିନ୍ତୁ ଏବେ ହଜାରରୁ ଉଦ୍ଧ୍ୱର୍ ଭୋଟ ପଛରେ ରହିଛନ୍ତି । ଆମ ଆଦମୀ ପାର୍ଟିର ଜୀବନ ଜୋତ କୌର ୬ ହଜାର ଭୋଟ ପାଇଥିବାବେଳେ ସିଦ୍ଧୁଙ୍କୁ ୪୮ ଶହ ଭୋଟ ମିଳିଛି । ଯେତେବେଳେକି ଶିରୋମଣୀ ଅକାଳୀ ଦଳର ବିକ୍ରମସିଂ ମାଜିଥିଆ ୪୭୯୬ ଖଣ୍ଡ ଭୋଟ ପାଇଛନ୍ତି । ମୋଟାମୋଟି ଭାବେ ଏବେ ସେ ତୃତୀୟ ସ୍ଥାନରେ ରହିଛନ୍ତି । ଯାହାକି ସିଦ୍ଧୁଙ୍କ ପାଇଁ ଜୋରଦାର ଝଟକା କହିଲେ ଭୁଲହେବ ନାହିଁ ।ତେବେ ଏଯାବତ ମାତ୍ର ତିନି ରାଉଣ୍ଡ ଭୋଟ ଗଣତି ହୋଇଛି । ପରେ ହୁଏତ ସ୍ଥିତିରେ ସୁଧାର ଆସିବା ସହ ସିଦ୍ଧୁ ବାଜିମାତ କରିପାରନ୍ତି ବୋଲି ତାଙ୍କର ସମର୍ଥକମାନେ ଆଶା ପ୍ରକାଶ କରିଛନ୍ତି ।