ଆସନ୍ତା ୧୬ରୁ ପିଲାଙ୍କୁ କରୋନା ଟିକା

ନୂଆଦିଲ୍ଲୀ :କରୋନା ସଂକ୍ରମଣ ଭିତରେ ଆସିଛି ଭଲ ଖବର । ଏଣିକି ୧୨ରୁ ୧୪ ବର୍ଷ ପିଲାଙ୍କୁ ବି ଦିଆଯିବ କରୋନା ଟିକା । ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ଆରମ୍ଭ ହେବ ଏହି ଟିକାକରଣ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଟ୍ୱିଟ କରି କହିଛନ୍ତି, ଆସନ୍ତା ୧୬ ତାରିଖରୁ ୧୨ରୁ ୧୪ ବର୍ଷ ପିଲାଙ୍କୁ କରୋନା ଟିକା ଦିଆଯିବ । କାରଣ ପିଲା ସୁରକ୍ଷିତ ତ ଦେଶ ସୁରକ୍ଷିତ । କେବଳ ୧୨ରୁ ୧୪ ବର୍ଷ ପିଲା ନୁହେଁ ବରଂ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ବୁଷ୍ଟର ଡୋଜ ନେଇପାରିବେ । କରୋନା ବିପକ୍ଷ ମୁକାବିଲାରେ ଟିକାକରଣ ସବୁଠୁ ବଡ ଅସ୍ତ୍ର । ତେଣୁ ସମସ୍ତେ ଟିକା ନିଅନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ଏହାପୂର୍ବରୁ ୧୫ରୁ ୧୮ ବର୍ଷ ବୟସ୍କ ଯୁବକ ଯୁବତୀଙ୍କୁ ମଧ୍ୟ ଟିକା ଦିଆଯାଇଥିଲା ।

Comments (0)
Add Comment