ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର କଲା ଜରୁରୀ ଅବତରଣ

ଲକ୍ଷ୍ନୌ: ଜରୁରୀ ଅବତରଣ କଲା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହେଲିକପ୍ଟର। ଯାନ୍ତ୍ରିକ ତ୍ରୁଟି ଯୋଗୁ ତାଙ୍କ ପ୍ରାଇଭେଟ୍‌ ହେଲିକପ୍ଟରର ଏହି ଜରୁରୀକାଳୀନ ଅବତରଣ କରିବାକୁ ପଡିଛି। ବାରାଣସୀର ବାବାତପୁର ବିମାନବନ୍ଦରରେ ଏହି ଅବତରଣ କରାଯାଇଛି।

ହେଲିକପ୍ଟର ସହ ପକ୍ଷୀ ଧକ୍କା ହେବା ପରେ ଏହି ଜରୁରୀକାଳୀନ ଅବତରଣ କରାଯାଇଥିବା କୁହାଯାଉଛି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ପୂର୍ଣ୍ଣ ସୁରକ୍ଷିତ ଅଛନ୍ତି।

Comments (0)
Add Comment