ପୁଣି କମିଲା ସୁନା ଓ ରୂପା ଦର

ନୂଆଦିଲ୍ଲୀ: ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି । ଗତକାଲି ପରି ଆଜି ବି କମିଲା ସୁନା ଓ ରୂପା ଦର । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୧୫୩୦ଟଙ୍କା ହ୍ରାସ ପାଇ ୧ଲକ୍ଷ ୫୫ହଜାର ୬୦୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୫୬ହଜାର ୫୯୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍‌ ଆଜି ୧୪ଶହ ଟଙ୍କା ଶସ୍ତା ହୋଇଛି । ୨୨କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୪୨ହଜାର ୧୫୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍‌ ୧ଲକ୍ଷ ୪୩ହଜାର ୫୫୦ଟଙ୍କା ରହିଥିଲା ।

ଅନ୍ୟପଟେ ରୂପା ଦର ମଧ୍ୟ ହ୍ରାସ ପାଇଛି । ରୂପା ଦର ୮ହଜାର ଟଙ୍କା ହ୍ରାସ ପାଇ କିଲୋଗ୍ରାମ୍‌ ପିଛା ୨ଲକ୍ଷ ୬୦ ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ପିଛା ୨ଲକ୍ଷ ୬୮ହଜାର ଟଙ୍କା ରହିଥିଲା । ବାରମ୍ବାର ସୁନା ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମଧ୍ୟବିତ୍ତ ପରିବାରର ଲୋକମାନେ ଝିଅ ଓ ପୁଅ ବାହାଘରରେ ସୁନା କିଣିବାକୁ ଡରିଲେଣି । ଗତ ଦୁଇ ଦିନ ହେବ ଦର ହ୍ରାସ ହୋଇଥିବାରୁ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି କରିଛି ।

Comments (0)
Add Comment