୧୦ରୁ ୧୮ବର୍ଷରୁ ଉଦ୍ଧ୍ୱର୍ ବୟସ୍କଙ୍କୁ ବୁଷ୍ଟର ଡୋଜ୍‌

ନୂଆଦିଲ୍ଲୀ : ଭାରତରେ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କୁ ଲାଗିବ କରୋନାର ବୁଷ୍ଟର ଡୋଜ୍‌ । ଏ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି । ଆସନ୍ତା ଅପ୍ରେଲ ୧୦ ତାରିଖରୁ ୧୮ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କଙ୍କ ବୁଷ୍ଟୋର ଡୋଜ୍‌ ନେଇପାରିବେ । ଘରୋଇ ଟିକାକରଣ କେନ୍ଦ୍ରରେ ମିଳିବ ବୁଷ୍ଟର ଡୋଜ୍‌ । ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ଟିକା ନେବାର ୯ ମାସ ପରେ ବୁଷ୍ଟର ଡୋଜ୍‌ ନେଇପାରିବେ ।
ଯେଉଁମାନେ ପ୍ରଥମ ଏବଂ ଦ୍ୱିତୀୟ ଡୋଜ୍‌ ଟିକା ନେଇନାହାନ୍ତି ସେମାନେ କିନ୍ତୁ ସରକାରୀ ଟିକାକରଣ କେନ୍ଦ୍ର ଗୁଡିକରେ ଜାରିରହିଥିବା ଟିକାକରଣ ମାଗଣାରେ ନେଇପାରେବେ । ଏହା ସହିତ ସ୍ୱାସ୍ଥ୍ୟକର୍ମୀ, ଆଗଧାଡିର କରୋନା ଯୋଦ୍ଧା ଏବଂ ୬୦ ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କ ବୁଷ୍ଟର ଡୋଜ୍‌ ଜାରି ରହିବ । ଏଥି ସହିତ ଟିକାକରଣ ଆହୁରି ଦ୍ରୁତଗତିରେ ଜାରି ରହିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି କରାଯାଇଛି ।

Comments (0)
Add Comment