କଂଗ୍ରେସ ପ୍ରତିଷ୍ଠା ଦିବସରେ ଖସିଗଲା ଦଳୀୟ ପତାକା,ଉତ୍ତୋଳନ କରୁଥିଲେ ସୋନିଆ ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ :ଭାରତୀୟ ଜାତୀୟ କଂଗ୍ରେସର ୧୩୭ ତମ ପ୍ରତିଷ୍ଠା ଦିବସ ଆଜି ଅର୍ଥାତ୍‌ ୨୮ ଡିସେମ୍ବରରେ ପାଳିତ ହେଉଛି । ଏହି ଅବସରରେ ଦଳର ସଭାପତି ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ବହୁ ବରିଷ୍ଠ ନେତା କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚିଥିଲେ । ଯେତେବେଳେ ପାର୍ଟି ମୁଖ୍ୟାଳୟରେ ପତାକା ଉତ୍ତୋଳନ କରିବାକୁ ସୋନିଆ ଗାନ୍ଧୀ ଦଉଡି ଟାଣିଥିଲେ, ଠିକ୍‌ ଭାବରେ ବନ୍ଧା ହୋଇ ନ ଥିବାରୁ ପତାକା ଖସି ପଡ଼ିଯାଇଥିଲା । ତେବେ ପତାକା ଭୂମିରେ ପଡ଼ି ନଥିଲା ଏବଂ ପରେ ପତାକା ଉତ୍ତୋଳନ ନକରି ଜାତୀୟ ସଂଗୀତ ଗାନ କରାଯାଇଥିଲା ।ଏହି ସମୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପରେ ପୁଣି ଥରେ ସୋନିଆ ଗାନ୍ଧୀ ପତାକା ଉତ୍ତୋଲନ କରିଥିଲେ ।

Comments (0)
Add Comment