ନୂଆଦିଲ୍ଲୀ,୨୮/୪ : ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବେ,ତାହାକୁ ନେଇ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଗଲାଣି । କାରଣ ନିର୍ବାଚନ ଆଉ ଅଳ୍ପ ଦିନ ବାକି ଅଛି । ଏଭଳି ସମୟରେ ବିଏସପି ନେତ୍ରୀ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏମିତି କିଛି ମନ୍ତବ୍ୟ ଦେଇଛନ୍ତି,ଯାହା ଜାତୀୟ ରାଜନୀତିକୁ ବେଶ୍ ସରଗରମ କରିଛି । ମାୟାବାତୀ କହିଛନ୍ତି ଯେ ମୁଁ ୟୁପିର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ପ୍ରଧାନମନ୍ତ୍ରୀ ହେବାର ସ୍ୱପ୍ନ ଦେଖିପାରେ କିନ୍ତୁ ରାଷ୍ଟ୍ରପତି ପଦ ପ୍ରତି ମୋର ଲୋଭ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସେ ଯୋଗୀ ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ବିଏସପି କ୍ଷମତାରୁ ଯିବା ପରେ ତାଙ୍କ ସରକାର ଦ୍ୱାରା ନିର୍ମାଣ କରାଯାଇଥିବା ସ୍ମାରକୀ ଓ ପାର୍କଗୁଡିକୁ ବିଜେପି ସରକାର ଅଣଦେଖା କରୁଛି ।