ନୂଆଦିଲ୍ଲୀ : ଭାରତରେ କରୋନା ମୃତ୍ୟୁ ସଂଖ୍ୟା ମଙ୍ଗଳବାର ୫୧ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୮୭୬ ଜଣ ପ୍ରାଣ ହରାଇବା ପରେ ମୃତ୍ୟୁସଂଖ୍ୟା ୫୧ ହଜାର ୭୯୭ରେ ପହଞ୍ଚିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ଲକ୍ଷ ଦୁଇ ହଜାର ୭୪୩ରେ ପହଞ୍ଚିଛି । ଗତ ୨୪ ଘଣ୍ଟାରେ ଦେଶରେ ୫୫ ହଜାର ୭୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି, ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୯ ଲକ୍ଷ ୭୭ ହଜାର ୭୮୦ରେ ପହଞ୍ଚିଛି ବୋଲି ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ୨୯ ଜଣ, ଆନ୍ଧ୍ରପ୍ରଦେଶରେ ୨୭୩୨ ଜଣ, ଅରୁଣାଚଳ ପ୍ରଦେଶରେ ୫ ଜଣ, ଆସାମରେ ୧୯୭ ଜଣ, ବିହାରରେ ୪୬୮ ଜଣ, ଚଣ୍ଡିଗଡରେ ୩୦ ଜଣ, ଛତିଶଗଡରେ ୧୫୦ ଜଣ, ଦାଦର ନଗର ହାୱେଲି ଏବଂ ଡାମନ ଓ ଦିଉରେ ୨ ଜଣ, ଦିଲ୍ଲୀରେ ୪୨୧୪ ଜଣ, ଗୋଆରେ ୧୧୧ ଜଣ, ଗୁଜରାଟରେ ୨୮୦୦ ଜଣ, ହରିୟାଣାରେ ୫୫୦ ଜଣ, ହିମାଚଳ ପ୍ରଦେଶରେ ୧୯ ଜଣ, ଜମ୍ମୁ ଓ କଶ୍ମୀରରେ ୫୪୮ ଜଣ, ଝାଡଖଣ୍ଡରେ ୨୫୦ ଜଣ, କର୍ଣ୍ଣାଟକରେ ୪୦୬୨ ଜଣ, କେରଳରେ ୧୬୯ ଜଣ, ଲଦାଖରେ ୧୪ ଜଣ, ମଧ୍ୟପ୍ରଦେଶରେ ୧୧୨୮ ଜଣ, ମହାରାଷ୍ଟ୍ରରେ ୨୦୨୬୫ ଜଣ, ମଣିପୁରରେ ୧୭ ଜଣ, ମେଘାଳୟରେ ୬ ଜଣ, ନାଗାଲାଣ୍ଡ୍ରେ ୮ ଜଣ, ଓଡିଶାରେ ୩୫୩ ଜଣ, ପୁଦ୍ଦୁଚେରୀରେ ୧୧୪ ଜଣ, ପଞ୍ଜାବରେ ୮୬୩ ଜଣ, ରାଜସ୍ଥାନରେ ୮୮୭ ଜଣ, ସିକିମରେ ୧ ଜଣ, ତାମିଲନାଡୁରେ ୫୮୮୬ ଜଣ, ତେଲେଙ୍ଗାନାରେ ୭୧୧ ଜଣ, ତ୍ରିପୁରାରେ ୬୨ ଜଣ, ଉତ୍ତରାଖଣ୍ଡରେ ୧୫୮ ଜଣ, ଉତ୍ତରପ୍ରଦେଶରେ ୨୫୧୫ ଜଣ ଏବଂ ପଶ୍ଚମବଙ୍ଗରେ ୨୪୭୩ ଜଣ ।