୧୭ରେ ୫ ଅସ୍ଥାୟୀ ସଦସ୍ୟଙ୍କ ପାଇଁ ଭୋଟ

ନ୍ୟୁୟର୍କ : ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଖାଲି ପଡ଼ିଥିବା ୫ଟି ଅସ୍ଥାୟୀ ସଦସ୍ୟଙ୍କ ପାଇଁ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି । ଆସନ୍ତା ୧୭ ତାରିଖରେ ଭୋଟଗ୍ରହଣ ହେବ । ଫ୍ରାନ୍ସ ବର୍ତ୍ତମାନ ନିରାପତ୍ତା ପରିଷଦର ସଭାପତି ଅଛି । ତେଣୁ ଫ୍ରାନ୍ସ ଅଧ୍ୟକ୍ଷତାରେ ଏହି ଭୋଟଗ୍ରହଣ ହେବ ବୋଲି ଜାତିସଂଘ ସୂତ୍ରରୁ ଜଣାପଡ଼ିଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ, ଭାରତ ଏହି ନିର୍ବାଚନରେ ବିଜୟୀ ହୋଇ ଗୋଟିଏ ଅସ୍ଥାୟୀ ଆସନ ଅକ୍ତିଆର କରିବା ଲାଗି ଉଦ୍ୟମ କରିବ । ବର୍ତ୍ତମାନ ସ୍ଥିତି ଯାହା, ଭାରତ ଏହି ନିର୍ବାଚନରେ ଜିତିବା ଏକପ୍ରକାର ନିଶ୍ଚିତ । କାରଣ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପାଇଁ ଗୋଟିଏ ଅସାନ ସଂରକ୍ଷିତ ରହିଛି । ଏହି ଆସନରୁ ଭାରତ ଛିଡ଼ା ହୋଇଥିବା ବେଳେ ଅନ୍ୟ କୌଣସି ଦେଶ ଭାରତକୁ ଚ୍ୟାଲେଞ୍ଜ୍ ଦେଉନାହାନ୍ତି କିମ୍ବା ପ୍ରାର୍ଥୀ ଦେଇନାହାନ୍ତି । ତେଣୁ ଭାରତ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହେବା ସମ୍ଭାବନା ଯଥେଷ୍ଟ ଅଧିକ । ଭାରତର ସଦସ୍ୟତାକୁ ଏସୀୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ୫୫ଟି ଦେଶ ସମର୍ଥନ କରୁଛନ୍ତି । ଏହି ଦେଶଗୁଡ଼ିକ ମଧ୍ୟରେ ଚୀନ୍ ଓ ପାକିସ୍ତାନ ମଧ୍ୟ ଅଛନ୍ତି ।

Comments (0)
Add Comment