ଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ନୂଆ ଉପ ରାଜ୍ୟପାଳ ହେବେ ମନୋଜ ସିହ୍ନା । ରାଷ୍ଟ୍ରପତି କୋବିନ୍ଦ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ଇସ୍ତଫା ଗ୍ରହଣ କରୁଥିବାରୁ ମନୋଜ ସିହ୍ନା ଏବେ ଜାମ୍ମୁ କାଶ୍ମୀରର ନୂଆ ଲେଫ୍ଟନାଣ୍ଟ ଗଭର୍ଣ୍ଣର ହେବେ । ଗତକାଲି ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଥିଲେ ।
ଗତବର୍ଷ ଅକ୍ଟୋବର ୩୧ରେ ଓଡିଶାର ମୁର୍ମୁ ଜମ୍ମୁ କାଶ୍ଣୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ । ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଥିଲେ । ତେବେ ରାଷ୍ଟ୍ରପତି ଏହାକୁ ଗ୍ରହଣ କରିଛନ୍ତି ।
୨୦୧୯ ଅଗଷ୍ଟରେ ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀର ରାଜ୍ୟ ମାନ୍ୟତା ହରାଇଥିଲା । ଏହାପରେ ଜମ୍ମୁ କାଶ୍ମୀରର ପୁନର୍ଗଠନ ହୋଇଥିଲା । ଗତବର୍ଷ ଅକ୍ଟୋବର ୩୧ରେ ଓଡିଶାର ଗିରିଶ ଚନ୍ଦ୍ର ମୁର୍ମୁ ଜମ୍ମୁ କାଶ୍ଣୀରର ପ୍ରଥମ ଉପରାଜ୍ୟପାଳଭାବେ ନିଯୁକ୍ତ ହୋଇଥିଲେ । ତେବେ ଗତକାଲି ମୁର୍ମୁଙ୍କ ଇସ୍ତଫା ପରେ, ସେ ଦେଶର ପରବର୍ତ୍ତୀ ସିଏଜି ଭାବେ ଅବସ୍ଥାପିତ ହେବେ ବୋଲି ଚର୍ଚ୍ଚା ହେଉଛି ।