ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨ ହଜାର ୨୫୨ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ଏହି ସଂଖ୍ୟା ବର୍ତ୍ତମାନ ୭ ଲକ୍ଷ ୧୯ ହଜାର ୬୬୫ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟା ମଧ୍ୟରେ ୪୬୭ଜଣଙ୍କର ମୃତ୍ୟୁ ଘଟିଛି । ଏହାପରେ ମୋଟ ମୃତ୍ୟୁ ସଂଖ୍ୟା ୨୦ ହଜାର ୧୬୦କୁ ବୃଦ୍ଧି ପାଇଛି । ଏହା ସହିତ ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା ମଧ୍ୟ ବଢ଼ିଚାଲିଛି । ଏହା ୫ ଲକ୍ଷ ୩୯ ହଜାର ୯୪୭ରେ ପହଞ୍ଚିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମଙ୍ଗଳବାର ସୂଚନା ଦେଇଛି ।
ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୨୩୯ ଜଣ, ଅରୁଣାଚଳ ପ୍ରଦେଶରେ ୨ ଜଣ, ଆସାମରେ ୧୪ ଜଣ, ବିହାରରେ ୯୭ ଜଣ, ଚଣ୍ଡିଗଡରେ ୬ ଜଣ, ଛତିଶଗଡରେ ୧୪ ଜଣ, ଦିଲ୍ଲୀରେ ୩୧୧୫ ଜଣ, ଗୋଆରେ ୭ ଜଣ, ଗୁଜରାଟରେ ୧୯୬୦ ଜଣ, ହରିୟାଣାରେ ୨୭୬ ଜଣ, ହିମାଚଳ ପ୍ରଦେଶରେ ୧୧ ଜଣ, ଜମ୍ମୁ ଓ କଶ୍ମୀରରେ ୧୩୮ ଜଣ, ଝାଡଖଣ୍ଡରେ ୨୦ ଜଣ, କର୍ଣ୍ଣାଟକରେ ୪୦୧ ଜଣ, କେରଳରେ ୨୭ ଜଣ, ଲଦାଖରେ ୧ ଜଣ, ମଧ୍ୟପ୍ରଦେଶରେ ୬୧୭ ଜଣ, ମହାରାଷ୍ଟ୍ରରେ ୯୦୨୬ ଜଣ, ମେଘାଳୟରେ ୧ ଜଣ, ଓଡିଶାରେ ୩୮ ଜଣ, ପୁଦ୍ଦୁଚେରୀରେ ୧୨ ଜଣ, ପଞ୍ଜାବରେ ୧୬୯ ଜଣ, ରାଜସ୍ଥାନରେ ୪୬୧ ଜଣ, ତାମିଲନାଡୁରେ ୧୫୭୧ ଜଣ, ତେଲେଙ୍ଗାନାରେ ୩୦୬ ଜଣ, ତ୍ରିପୁରାରେ ୧ ଜଣ, ଉତ୍ତରାଖଣ୍ଡରେ ୪୨ ଜଣ, ଉତ୍ତରପ୍ରଦେଶରେ ୮୦୯ ଜଣ ଏବଂ ପଶ୍ଚମବଙ୍ଗରେ ୭୭୯ ଜଣ ।